କୋଣାର୍କ (sangram keshari mohapatra) : ପବିତ୍ର କାର୍ତ୍ତିକ ମାସ ଶନିବାର ଦିନ ପ୍ରତ୍ୟୁଷରୁ ଅର୍କକ୍ଷେତ୍ର ନବଗ୍ରହ ପୀଠ ରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା। କୋଭିଡ଼ି କଟକଣା ଯୋଗୁଁ ନବଗ୍ରହ ମନ୍ଦିରର ମୁଖ୍ୟ ଦ୍ଵାର ବନ୍ଦ ଥିଲେବି ଶ୍ରଦ୍ଧାଳୁ ମାନେ ଗ୍ରହରାଜଙ୍କୁ ବାହାରେ ପୂଜାର୍ଚ୍ଚନା କରିବା ସହ ପରିବାର ର ଗ୍ରହ ଶାନ୍ତି ପାଇଁ ହୋମ ଯଜ୍ଞ କରୁଥିଲେ। କିଛି ଶ୍ରଦ୍ଧାଳୁ ନିଜ ଛୋଟ ପିଲାଙ୍କ ରିଷ୍ଟ ଖଣ୍ଡନ ପାଇଁ ନବଗ୍ରହ ବାଲିରେ ଗର୍ତ ଖୋଲି ପିଲାଙ୍କୁ ଅଣ୍ଟା ପର୍ଯ୍ୟନ୍ତ ପୋତି ଗ୍ରହ ରାଜଙ୍କ ପାଖରେ ପିଲାଙ୍କ ପାଇଁ ପ୍ରାର୍ଥନା କରୁଥିଲେ।ଶ୍ରଦ୍ଧାଳୁ ମାନଙ୍କ ଆଗମନ କୁ ଦେଖି ନବଗ୍ରହ ପୀଠ ରେ ବିଭିନ୍ନ ଦୋକାନୀ ମାନେ ସେମାନଙ୍କର ପସରା ମେଲାଇ ବିନା ମାସ୍କପିନ୍ଧି ବ୍ୟବସାୟ କରୁଥିବାର ପରିଲକ୍ଷିତ ହେଉଥିଲା।କୋଭିଡ଼ି କଟକଣା କୁ ତିଳେ ମାତ୍ର ଖାତିରି ନକରି ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବିନାମାସ୍କ ରେ ନବଗ୍ରହ ପୀଠରେ ଭିଡ଼ ଜମାଇଥିଲେ।ଯାହାକୁ ଦେଖି ସ୍ଥାନୀୟ ଏନଏସି ପ୍ରସାଶନ ପୂରା ନିରବ ଦ୍ରଷ୍ଟା ପାଲଟିଥିଲା ।କେବଳ ନିଜ କର୍ମଚାରୀ ଙ୍କ ଦ୍ଵାରା ଏଠାକୁ ଦୁଇଚକିଆ ଓ ଚାରିଚକିଆରେ ଆସୁଥିବା ଆରୋହୀ ଙ୍କ ଠାରୁ ପାର୍କିଂ ଆଦାୟ କରୁଥିବାର ଦେଖାଯାଇଥିଲା।