ପୋଲସରା (ରଞ୍ଜୟ ପାଣିଗ୍ରାହୀ ) : ଓଡ଼ିଶାରେ ବାସ କରୁଥିବା ବିଭିନ୍ନ ଜିଲ୍ଲାର ଶ୍ରମିକ ମାନେ ନିଜ ରାଜ୍ୟରେ କାମ ନପାଇ ନିଜ ପରିବାରର ଭରପୋସନା ପାଇଁ ବିଭିନ୍ନ ରାଜ୍ୟ ତଥା ଆନ୍ଦ୍ରପ୍ରଦେଶ ,ଚେନାଇ ,ତାମିଲନାଡୁ ଭଳି ସ୍ଥାନକୁ ଯାଇ କାର୍ଯ୍ୟ କରି ଫେରି ଆସନ୍ତି l ଚଳିତ ବର୍ଷ ପ୍ରାକୃତିକ ବିପର୍ଯୟ କରୋନା ଲାଗିଥିବା କାରଣରୁ ଓଡିଶା ନଆସିପାରି ପରିବାର ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ଦେଖିବାକୁ ମିଳିଛି l ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ,କବିସୂର୍ଯ୍ୟ ନଗର ବ୍ଲକର ୭ ପରିବାରରୁ ପ୍ରାୟ ୧୫ ରୁ ଉର୍ଧ ମହିଳା ,ପୁରୁଷ ,ଛୁଆଙ୍କୁ ଆନ୍ଦ୍ରପ୍ରଦେଶର ଗୁଣ୍ଠୁରୁ ସହରର ଶ୍ରୀ ଅନନ୍ତ ଲକ୍ଷ୍ମୀ ସ୍ଵର୍ଣ୍ଣଗି ମିଲରେ ବହୁ ଦିନ ଧରି କାର୍ଯ୍ୟ କରି ଆସୁଥିଲେ l କିନ୍ତୁ ଲକଡାଉନ ଆରମ୍ଭ ହେବ ଦିନଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ଶ୍ରମିକ ମାନେ ନିଜ ନିଜ ଗ୍ରାମକୁ ଆସିବାକୁ ଚେଷ୍ଟା କଲେ ମଧ୍ୟ ,ଉକ୍ତ ମିଲ ମାଲିକ ଅମାନଙ୍କୁ ନିଜ ଗ୍ରାମକୁ ଛାଡିବା ତ ଦୂରର କଥା ପଦାକୁ ବାହାରିବାକୁ ଦେଉନାହିଁ l
ବନ୍ଦ କୋଠରୀରେ ଥିବା ଶ୍ରମିକ ମାନେ ଅଭିଯୋଗ କରିବା ସହିତ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଆମକୁ ଏଠାରୁ ଉଦ୍ଧାର କରିବା ସହ ନିଜ ଗ୍ରାମରେ ପହଞ୍ଚାଇବାର ବ୍ୟବସ୍ତା କରିବାକୁ ଅନୁରୋଧ କରିଛନ୍ତି l ବନ୍ଦୀ ଥିବା ବ୍ୟକ୍ତି ମାନେ ପୋଲସରା ବ୍ଲକର ଖଣ୍ଟୁରୁ ଗ୍ରାମର ହରିଜନ ପୁରୁଷ ,ମହିଳା ,ଝିଅ ଓ ପୁଅ ଅଟନ୍ତି l କବି ସୂର୍ଯ୍ୟାନଗର ବ୍ଲକର ଚାମ୍ପେଇ ତପୁର ,ଗୁଡି଼ଶର ଗ୍ରାମର ଏହି ଖବର ଜାଣିବା ପରେ ଖୁଣ୍ଟୁରୁ ଗ୍ରାମର ହରିଜନ ଶ୍ରେଣୀର ଲୋକ ଆନ୍ଦ୍ରରୁ ନିଜ ଗ୍ରାମକୁ ନଆସି ଫସି ରହିଥିବାରୁ ସେମାନଙ୍କୁ ନିଜ ଗ୍ରାମକୁ ଆଣିବା ପାଇଁ ବାଉରୀ କୁଳର ଆଠଗଡ ତାଲୁକା ସଭାପତି ଆମର ନାହାକ ଜିଲ୍ଲା ପ୍ରଶାସନ ଓ ପୋଲିସ ତୁରନ୍ତ ସେମାନଙ୍କୁ ନିଜ ଗ୍ରାମରେ ପହଞ୍ଚାଇବାର ବ୍ୟବସ୍ତା କରିବାକୁ ଅନୁରୋଧ କରିଛନ୍ତି l
