● ଜାନୁଆରୀ 2, 2021 ରେ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ |
√ ● ରମେଶ୍ୱରମ୍, ମଦୁରାଇ ଏବଂ ତିରୁପତି ମନ୍ଦିର ସହିତ ଦର୍ଶନୀୟ ସ୍ଥାନଗୁଡିକ ଭ୍ରମଣ ପାଇଁ ଭାରତ ଦର୍ଶନ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍ |
√ ● ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରେ ବୋର୍ଡିଂ ପଏଣ୍ଟ |
√ ● ସାଧାରଣ ଲୋକ ପାଇଁ ଅତି ସୁଲଭ ମୂଲ୍ୟରେ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥାନଗୁଡିକ ପରିଦର୍ଶନ କରିବା ନିମନ୍ତେ ଅତି ବିରଳ ସୁଯୋଗ |
ଭାରତୀୟ ରେଳବାଇ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ତୀର୍ଥସ୍ଥଳ ଆଡକୁ ସୁଲଭ ମୂଲ୍ୟରେ ସର୍ବଭାରତୀୟ ‘ଟୁରିଷ୍ଟ ସ୍ପେଶାଲ ଟ୍ରେନ୍’ ଚଳାଚଳ ର ସଫଳତା ପରେ ଦକ୍ଷିଣ ଭାରତକୁ ଅନ୍ୟ ଏକ ପର୍ଯ୍ୟଟନ ସ୍ୱତନ୍ତ୍ର ଟ୍ରେନ୍ ଆସନ୍ତା ଜାନୁଆରୀ ମାସ ୨ ତାରିଖ ଦିନ ଭୁବନେଶ୍ୱର ରୁ ରାତ୍ର ୧୦ ଘଟିକାରେ ରାମେଶ୍ୱରମ, ମଦୁରାଇ ଏବଂ ତିରୁପତି ଦର୍ଶନ ପାଇଁ ଯାତ୍ରା କରିବ |
ଏହି ଅଞ୍ଚଳର ଯାତ୍ରୀମାନେ ଯେଉଁମାନେ ଏହିସବୁ ସ୍ଥାନକୁ ଦର୍ଶନ ପାଇଁ ଯିବାକୁ ନିଶ୍ଚିତ ଟିକେଟ୍ ପାଇପାରୁ ନାହାଁନ୍ତି କିମ୍ବା ଉପରୋକ୍ତ ନିର୍ଦ୍ଦିଷ୍ଟ ଧାର୍ମିକ ଗନ୍ତବ୍ୟ ସ୍ଥାନକୁ ସିଧାସଳଖ ଟ୍ରେନ୍ ନାହିଁ ସେମାନେ ଏହି ଟ୍ରେନ ଦ୍ୱାରା ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଦ୍ୱାରା ଯାଇ ଦର୍ଶନ କରିପାରିବେ । ଟୁରିଷ୍ଟ ପ୍ୟାକେଜ୍ ସିଷ୍ଟମ ସହିତ ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍, ବିଜୟନଗରମ, ବିଶାଖାପାଟଣା ଓ ବିଜୟୱାଡା ଠାରୁ ଏହି ଅଞ୍ଚଳର ଯାତ୍ରୀମାନେ ଏହି ଟ୍ରେନର ସୁବିଧା ନେଇପାରିବେ |
କେବଳ 8085/- ମୂଲ୍ୟରେ 7 ରାତି ଏବଂ 8 ଦିନ ପାଇଁ ଏହା ସମସ୍ତ ଦେୟ ଅନ୍ତର୍ଭୂକ୍ତ ଟୁରିଷ୍ଟ ପ୍ୟାକେଜ୍ ଅଟେ, ଯାହାକି 2 ଜାନୁୟାରୀରୁ ସ୍ଲିପର କ୍ଲାସ୍ ଟ୍ରେନ୍ ଯାତ୍ରା, ରହିବା, ଶାକାହାରୀ ଭୋଜନ, ପର୍ଯ୍ୟଟନ ବସ୍, ଏସକର୍ଟ, ସିକ୍ୟୁରିଟି ଗାର୍ଡ, ଭ୍ରମଣ ବୀମା ଇତ୍ୟାଦି ସହିତ ଉପରୋକ୍ତ ଗନ୍ତବ୍ୟସ୍ଥଳକୁ ପରିଦର୍ଶନ କରିପାରିବେ | ଆଇଆରସିଟିସି ୱେବସାଇଟ୍ – http://www.irctctourism.com ଏବଂ IRCTC ପର୍ଯ୍ୟଟନ ସୁବିଧା କେନ୍ଦ୍ରରୁ ଯାତ୍ରୀମାନେ ବୁକିଂ କରିପାରିବେ | 5 ବର୍ଷରୁ କମ୍ ପିଲାଙ୍କ ପାଇଁ କୌଣସି ଦେୟ ଦେବାକୁ ନଥିବାବେଳେ 5 ବର୍ଷରୁ ଅଧିକ ପିଲାଙ୍କ ପାଇଁ ପୂର୍ଣ୍ଣ ବୟସ୍କ ଭଡା ଦେବାକୁ ହେବ |
ଏଥିପାଇଁ ସମସ୍ତ COVID-19 ସତର୍କତା ଅବଲମ୍ବନ କରାଯିବ ଯେପରିକି ପର୍ଯ୍ୟାୟକ୍ରମେ ସାନିଟାଇଜେସନ୍, ହୋଟେଲ / ଧର୍ମସଲାର ପୂର୍ବ ସାନିଟାଇଜେସନ୍, ଲଗେଜ ସାନିଟାଇଜେସନ, ଥର୍ମାଲ୍ ସ୍କ୍ରିନିଂ ଦ୍ୱାରା ତାପମାତ୍ରା ଯାଞ୍ଚ, ସାନିଟାଇଜର ଏବଂ ମାସ୍କ ସହିତ କୋଭିଡ୍ କିଟ୍ ଯୋଗାଇ ଦିଆଯିବ |