Odisha news

ବନ୍ଦ ହୋଇପାରେ ଦିଲ୍ଲୀ ଓ ମୁମ୍ବାଇର ବିମାନ ଓ ରେଳ ସେବା : ମହାରାଷ୍ଟ୍ର ସରକାର କରୁଛନ୍ତି ବିଚାର

0

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କୋଭିଡି-୧୯ ର ମାମଲା ବଢୁଥିବା ଦେଖି ଦିଲ୍ଲୀ-ମୁମ୍ବାଇ ବିମାନ ଓ ରେଳସେବା ଉପରେ ପ୍ରଭାବ ପଡି ପରେ l ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ବିମାନ ଓ ରେଳ ଚଳାଚଳକୁ ନେଇ ରୋକ ଲାଗିପାରେ l ମହାରାଷ୍ଟ୍ର ସରକାର ପକ୍ଷରୁ ବର୍ତ୍ତମନ ସୁଦ୍ଧା କୌଣସି ଏହିପରି ଘୋଷଣା କରାଯାଇନାହିଁ ,କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୂଚନା ମିଳିଛି ଯେ ମହାରାଷ୍ଟ୍ର ସରକାର ଏବିଷୟରେ ବିଚାର ବିମର୍ଷ କରୁଛନ୍ତି l ଶୁକ୍ରବାର ଦିନ ଦିଲ୍ଲୀରେ କରୋନା ସଂକ୍ରମଣର ୭୫୦୦ ଟି ନୂଆ ମାମଲା ଆଗକୁ ଆସିଛି l

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଦିଲ୍ଲୀରେ ବଢୁଥିବା କରୋନା ମାମଲା ଓ ମୃତ୍ୟୁ ସଂଖ୍ୟାର ସିଧାସଳଖ ପ୍ରଭାବ NCR ସମେତ ହରିୟାଣା ଓ ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି l ରାଜଧାନୀ ଦିଲ୍ଲୀରେ ବଢୁଥିବା କରୋନା ମାମଲାକୁ ଦେଖି ଦିଲ୍ଲୀ ସରକାର ମାସ୍କ ନପିନ୍ଧୁଥିବା ଓ ସାମାଜିକ ଦୂରତା ରକ୍ଷା ନକରୁଥିବା କୁ ନେଇ ଜୋରିମାଣର ରକମ ୫୦୦ ଟଙ୍କାରୁ ୨୦୦୦ ତାଙ୍କ କରି ଦେଇଛନ୍ତି l ଗୃହମନ୍ତ୍ରୀ ଅମିତ ସାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୈଠକ କରି ନିର୍ଣ୍ଣୟ ନେଇଛନ୍ତି ଯେ ଦ୍ଵରାରୁ ଦ୍ୱାରା ସର୍ଭେ କରିବା ପାଇଁ l ସର୍ଭେରେ ଦିଲ୍ଲୀରେ ଥିବା ସମସ୍ତ ଘରର ସଦସ୍ୟଙ୍କର ତଥ୍ୟ ନିଆଯିବ l

ଏହି ସର୍ଭେ କରୁଥିବା ଗୋଟିଏ ଦଳରେ ପାଞ୍ଚଜଣ ବ୍ୟକ୍ତି ରହିବେ l ସମୁଦାୟ ୯ ହଜାର ୫ ଶହଟି ଦଳ ଗଠିତ ହେବ lଯେଉଁ ସ୍ଥାନରେ ଅଧିକ ଜନବସତି ରହିଛି କୁହ ଯାଉଛି ଯେ ସେଠାରେ ଅଧିକ ସଂକ୍ରମଣର ଭୟ ରହିଛି l ତେଣୁକରି ସେହି ସ୍ଥାନରେ ରା଼ପୀଡ଼ ଆଣ୍ଟିଜେନ ଟେଷ୍ଟ କରାଯିବ l ଯେଉଁ ଲୋକମାନଙ୍କର କରୋନା ଭୁତାଣୁ ମିଳିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତି କରାଯିବ l ଯେଉଁ ଦଳ ଗୁଡିକ ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛନ୍ତି ସେମାନେ ଘର ଘର ବୁଲି ହୋମ ଐସୋଲେସନରେ ଥିବା ବ୍ୟକ୍ତି ମାନଙ୍କୁ ତଦାରଖ କରିବେ l

Leave A Reply