ସାଲେପୁର, ତା.୧୬ା୧୧: ସାଲେପୁର ଶିକ୍ଷାମଣ୍ଡଳ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ମାଳିହତା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥାନାନ୍ତର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ତଥା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଦୃଢ଼ ପ୍ରତିବାଦ ଜଣାଇଛନ୍ତି । ପ୍ରକାଶ ଯେ ସାଲେପୁର ଶିକ୍ଷାମଣ୍ଡଳ ଅଧିନରେ ଥିବା ମାଳିହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବା ଦର୍ଶାଯାଇ ଉକ୍ତ ବିଦ୍ୟାଳୟକୁ ଏଠାରୁ ଦୁଇ କି.ମି. ଦୂରରେ ଥିବା ଗୋପିନାଥପୁର ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି ।
ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଆଜି ଶିକ୍ଷାବିତ୍ ଭାଗ୍ୟଧର ମହାନ୍ତିଙ୍କ ନେତୃତ୍ୱରେ ସ୍କୁଲ ସମ୍ମୁଖରେ ଏକତ୍ରିତ ହୋଇ ଗ୍ରାମର ମହିଳା ଓ ପୁରୁଷମାନେ ଦୃଢ଼ ପ୍ରତିବାଦ କରିବା ସହିତ ଉକ୍ତ ନିଷ୍ପତ୍ତିର ପୁନଃବିଚାର କରିବାପାଇଁ ରାଜ୍ୟସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଏଥିରେ ସତ୍ୟଭାମା ମହାନ୍ତି, ରୀନାରାଣୀ ମହାନ୍ତି, ହେମଲତା ମହାନ୍ତି, ଶୋଭାବତୀ ସାମଲ, ଉର୍ମିଳା ମହାନ୍ତି, ପ୍ରଭାସିନୀ ସାମଲ, ସନ୍ଧ୍ୟାରାଣୀଦାସ, ଚଞ୍ଚଳା ମହାନ୍ତି, କଳ୍ପନା ସିଂହ, ମନୋରମା ମହାନ୍ତି, ତୁଳସୀ ସାମଲ, ଶୁକଲତା ସାମଲ, ଯାଜ୍ଞସେନୀ ମହାନ୍ତି, ବିଷ୍ଣୁପ୍ରିୟା ବିଶ୍ୱାଳ, ଫକିରମୋହନ ସିଂହ, ସୁନିଲ କୁମାର ସାମଲ, ଅସିତ୍ ରଂଜନ ପଣ୍ଡା, ପ୍ରେମାନନ୍ଦ ମହାନ୍ତି, ଜଗନ୍ନାଥ ମହାନ୍ତି ପ୍ରମୁଖ ଏହି ଆନେ୍ଦାଳନରେ ସାମିଲ ହୋଇ ପ୍ରତିବାଦ ଜଣାଇଛନ୍ତି ।