Odisha news

ରାସୋଲ ଥାନା ଅନ୍ତର୍ଗତ ସୋଫିଆନ୍ ମହମ୍ମଦ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ପୋଲିସ ମହାନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ଘେରାଉ

0

ଆଜି ତା. ୧୬.୧୧.୨୦୨୦ ରିଖ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ସଂଖ୍ୟାଲଘୁ ସଭାପତି ଶେଖ ମୁନ୍ତାକିମ୍ ବକ୍ସଙ୍କ ନେତୃତ୍ୱରେ ଗତ ତା. ୨.୧୧.୨୦୨୦ ରିଖରେ ଦେବାନ ବଜାର ଅଂଚଳରୁ ସୋଫିଆନ୍ ମହମ୍ମଦଙ୍କୁ ଚକ୍ରାନ୍ତ କ୍ରମେ କିଛି ଯୁବକ ଡାକି ନେଇ ଟାଟା ଏସି ଗୋରୁ ଗାଡ଼ିରେ ନେଇ ରାସୋଲ ଥାନା ଅଂଚଳରେ ହତ୍ୟା କରି ଏବଂ ଉକ୍ତ ଗାଡ଼ିର ଗାଡ଼ି ମାଲିକ ଅନ୍ୟ ଏକ କାର୍ରେ ଅନ୍ୟ ଏକ ଡ୍ରାଇଭର ସହ କଟକରୁ ଯାଇ ସୋଫିଆନ୍ର ଶବକୁ ନେଇ ଡିକିରେ ପକାଇ ଜଙ୍ଗଲର ୬ କି.ମି. ଭିତରକୁ ନେଇ ପକାଇ ସମସ୍ତେ ଫେରିଆସି ପରିବାର ଲୋକଙ୍କୁ ଭୁଆଁ ବୁଲାଉଥିବା ସମସ୍ତ ହତ୍ୟାକାରୀଙ୍କୁ ଗିରଫ ପାଇଁ ପୋଲିସ ମହାନିଦେ୍ର୍ଦଶଙ୍କ ନିକଟରେ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ଗତ ତା. ୧୨.୧୧.୨୦୨୦ରେ ହତ୍ୟା ହୋଇଥିବା ସୋଫିଆନ ମହମ୍ମଦଙ୍କ ପରିବାର ଢେଙ୍କାନାଳ ଜିଲ୍ଲା ରାସୋଲ ଥାନାକୁ ନିଜ ପୁଅ ହତ୍ୟା କେସ୍ ବିଷୟରେ ଥାନାକୁ ଲିଖିତ ୧୬୧ ଷ୍ଟେଟମେଣ୍ଟ ଦେବା ପାଇଁ ଯାଇଥିଲେ । କାରଣ ଗୋଟିଏ ଏଫ.ଆଇ.ଆର ୧୫୬ ନଂ. ତା. ୨.୧୧.୨୦୨୦ରେ ଅଜଣା ବ୍ୟକ୍ତିଙ୍କ ନାମରେ ରାସୋଲ ଥାନାରେ ପ୍ରଭାକର ନାୟକ, ପିତା – ସ୍ୱର୍ଗତ ବଂଶୀଧର ନାୟକ, ପଂଚୁପାଳା ରାସୋଲ ଜିଲ୍ଲା ଢେଙ୍କାନାଳଙ୍କ ଜରିଆରେ ପଂଜିକୃତ ହୋଇଥିଲା । କେସ୍ର ତଦନ୍ତକାରୀ ଅଫିସର ଦିବ୍ୟସ୍ମିତା ବାରିକ ପ୍ରଥମେ ମର୍ଡର କେସ କହୁଥିଲେ କିନ୍ତୁ ବର୍ତମାନ ବୁଲାଇ ବଙ୍କାଇ କେସ୍କୁ ଆକ୍ସିଡେଣ୍ଟ କରିବା ପାଇଁ ଲାଗିଛନ୍ତି ।

ତେବେ ୧୨.୧୧.୨୦୨୦ରିଖ ଅପରାହ୍ନ ୩.୪୦ମି. ସମୟରେ ତଦନ୍ତକାରୀ ଅଫିସର ସବ୍ଇନସପେକ୍ଟର ଦିବ୍ୟସ୍ମିତା ବାରିକ ହତ୍ୟା ହୋଇଥିବା ସୋଫିଆନ୍ଙ୍କ ପରିବାରଠାରୁ ୧୬୧ ଷ୍ଟେଟମେଣ୍ଟ ନେବା ପାଇଁ ମନା କରିଦେବା ସହ ଧମକ ଦେଇ ସୋଫିଆନ୍ର ମାଆ ରୋଶନ ବେଗମ, ବାପା ୟାସିନ ମହମ୍ମଦ, ଝିଅ – ନୁରଜାହାନ୍ ବେଗମ ଜ୍ୱାଇଁ ଜହୁର ଖାନଙ୍କ ଉପସ୍ଥିତିରେ କହିଲେ, ଯେ, “ତୁମର ଗୋଟିଏ ମୁଣ୍ଡ ଯାଇଛି ଆଗେ ଆଗେ ଦେଖ ଆଉ କେତେଟା ମୁଣ୍ଡ ଯିବ ଆଉ କେତେଟା ମିଥ୍ୟା କେସ୍ ଲାଗିବ” । ତାଙ୍କ ମାଆ କହିଲେ, “ମ୍ୟାଡାମ୍ ଆପଣଙ୍କ କଥାରେ ମୋର ହୃଦୟ ଫାଟିଯାଉଛି ।”

ମ୍ୟାଡାମ କହିଲେ, “ମୋର ହୃଦୟ ଫାଟୁନାହିଁ । ଆମେ ସବୁବେଳେ ଏସବୁ ଘଟଣା ଦେଖୁଛୁ ।” ଯାହା ଶୁଣି ପରିବାର ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି । ଏବଂ ହତ୍ୟା ପରେ କାର୍ ଡିକିରେ ପକାଇ ସୋଫିଆନ ଶବକୁ ଗାଡ଼ି ମାଲିକ ଓ କାର୍ ଡ୍ରାଇଭର ୬.କି.ମି. ଦୂର ଜଙ୍ଗଲରେ ପକାଇଥିବା ବ୍ୟକ୍ତି ଆଜି ବି ଖୋଲା ବୁଲୁଛନ୍ତି । ତଦନ୍ତକାରୀ ଅଫିସରଙ୍କ ତଦନ୍ତ ଉପରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଘଟଣାର ପ୍ରକୃତ ରହସ୍ୟ ତଦନ୍ତକାରୀ ଅଫିସର ସବୁ କିଛି ଜାଣି ବିଭିନ୍ନ ପ୍ରଲୋଭନରେ ଚପାଇବା ପାଇଁ ପ୍ରୟାସ କରୁଛନ୍ତି ।
ଉକ୍ତ ସୋଫିଆନ ମହମ୍ମଦ ହତ୍ୟାକାଣ୍ଡର ଉଚ୍ଚସ୍ତରୀୟ ପୁଙ୍ଖାନୁପୁଙ୍ଖ କ୍ରାଇମବ୍ରାଞ୍ଚ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କଲେ, ଏବଂ ହତ୍ୟା ହୋଇଥିବା ସୋଫିଆନ୍ର ପରିବାରକୁ ନ୍ୟାୟ ପ୍ରଦାନ କଲେ, ତାଙ୍କ ପରିବାର ଓ ମାନବ ସମାଜ ପୋଲିସ ମହାନିଦେ୍ର୍ଦଶକଙ୍କ ନିକଟରେ ସଦାସର୍ବଦା ଚିର ଉପକୃତ ରହିବେ ।
ଏହି ଦାବିପତ୍ର ଉପସ୍ଥାପନ ବେଳେ ରାଜ୍ୟ ସଂଖ୍ୟାଲଘୁ ସଭାପତି ଶେଖ ମୁନ୍ତାକିମ୍ ବକ୍ସ, ୟାସିନ୍ ମହମ୍ମଦ, ରୋଶନ୍ ବେଗମ୍, ମହମ୍ମଦ କରିମ୍, ଗଫାର ଖାନ, କାଦିର ମହମ୍ମଦ, ନଗର ଉପସଭାପତି କ୍ଷୀରେନ୍ଦ୍ର ବେହେରା, କଟକ-ଚୌଦ୍ୱାର ଆବାହକ ପ୍ରଦୁ୍ୟମ୍ନ ଚକ୍ରବର୍ତୀ, ନଗର ସଂଖ୍ୟାଲଘୁ ଉପସଭାପତି ଅକିଲୁର ରହେମାନ୍, ରାଜ୍ୟ ସଂଖ୍ୟାଲଘୁ ମହିଳା ସଭାନେତ୍ରୀ ରେଶମା ଖାନମ୍, କଟକ ସଂଖ୍ୟାଲଘୁ ସଭାପତି ନିୟାଜ୍ ଖାନ୍, ଅବଦୁଲ କୟୁମ, ପୁଷ୍ପାଦାସ, ଗୁଲଜାର ମହମ୍ମଦ, ରୋଶନି ବେଗମ୍, ହୁସନାରା ବିବି, ୟାସ୍ମିନ୍ ବିବି, ସୁଲତାନା ବେଗମ୍, ନିଲୁଫର ବେଗମ୍, ତବସୁମ ବେଗମ, ପରବିନ୍ ବେଗମ୍, ସାହିସ୍ତା ବେଗମ୍, ରେଶମା ବିବି, ବଦ୍ରୁନ୍ ବିବି, ଅକିମା ଖାତୁନ୍, ସୋନମ୍ ପରୱିନ, ମହମ୍ମଦ ଜହୁର, ସମିରା ବେଗମ୍, କୌଶରୀ ବେଗମ୍, ନାଜିଆ ବେଗମ୍, ସାହିସ୍ତା ବେଗମ, ମୁସ୍ତାକ ବକ୍ସ, ରମଜାନ ଖାନ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply