ମାତା ସୀତାଙ୍କର ହରଣ ହେବ ପରେ ଭଗବାନ ରାମ ଲଙ୍କାରେ ପହଂଚିବା ପାଇଁ ତାଙ୍କର ବାନର ସେନା ଜଙ୍ଗଲକୁ ଲଙ୍କାରେ ଯୋଡିବା ପାଇଁ ସମୁଦ୍ର ଉପରେ ପୋଲ ତିଆରି କରିବାର କାମରେ ଲାଗି ଯାଇଥିଲେ l ପୋଲ ତିଆରି କରିବା ପାଇଁ ପଥର ଉପରେ ଭଗବାନ ଶ୍ରୀ ରାମଙ୍କ ନାମ ଲେଖି ସମୁଦ୍ରରେ ପଥର ଗୁଡିକୁ ପକାଇଥିଲେ l
ଭଗବାନ ରାମଙ୍କ ନାମ ଲେଖାଯିବା କାରଣରୁ ପଥର ଗୁଡିକ ସମୁଦ୍ରରେ ନ ବୁଡି ଭାସିଥିଲା l ଏହି ସବୁକୁ ଦେଖି ସମସ୍ତ ବାନର ସେନା ଅତ୍ୟନ୍ତ ଖୁସି ହୋଇଥିଲେ ଓ ଦ୍ରୁତ ଗତିରେ ସମୁଦ୍ରରେ ସେତୁବନ୍ଧ କାର୍ଯ୍ୟରେ ଲାଗି ଯାଇଥିଲେ l ଭଗବାନ ରାମ ପୋଲ ତିଆରି କରିବା ପାଇଁ ନିଜ ସୈନ୍ୟ ମାନଙ୍କ ଉତ୍ସାହ ,ସମର୍ପଣ ଦେଖି ଆନନ୍ଦିତ ହୋଇଥିଲେ l
ସେତେବେଳେ ସେହି ସ୍ଥାନରେ ସେଠାରେ ଗୋଟିଏ ଗୁଣ୍ଡୁଚି ମୂଷା ଥିଲା , ଯିଏ ନିଜ ଛୋଟ ପାଟିରେ ଛୋଟ ଛୋଟ ଗୋଡି ନେଇ ସମୁଦ୍ରରେ ପକାଉଥିଲା l ସେହି ଗୁଣ୍ଡୁଚି ମୂଷାକୁ ଗୋଟିଏ ବାନର ଅନାଇ ରହିଥିଲା l କିଛି ସମୟ ପରେ ବାନରଟି ଗୁଣ୍ଡୁଚି ମୁସ୍କୁ ଦେଖି ଥଟା କରିବାକୁ ଲାଗିଲା ଓ କହିଲା ହେ ଗୁଣ୍ଡୁଚି ମୂଷା ତୁ ଅଟେ ଛୋଟିଆ ଟିଏ ସମୁଦ୍ର ଠାରୁ ଦୂରେଇକି ରହ l ନହେଲେ ତୁ ଏହି ପଥର ମାନଙ୍କ ତଳେ ଦବିଯିବୁ l ଏହା ଶୁଣି ଅନ୍ୟ ବାନର ମାନେ ମଧ୍ୟ ଗୁଣ୍ଡୁଚି ମୂଷାକୁ ଥଟା କରିବାକୁ ଲାଗିଲେ l
ଗୁଣ୍ଡୁଚି ମୂଷାଟି ଏସବୁ ଶୁଣି ଦୁଖୀ ହୋଇଗଲା l ଯେତେବେଳେ ଗୁଣ୍ଡୁଚି ମୂଷା ଉପରେ ଭଗବାନ ରାମଙ୍କର ନଜର ପଡିଲା ସେ ତାକୁ ତାର ଦୁଃଖର କାରଣ ପଚାରିଥିଲେ l ଗୁଣ୍ଡୁଚି ମୂଷାଟି ସମସ୍ତ ବାନର ମାନଙ୍କ ବିଷୟରେ ରାମଚନ୍ଦ୍ରଙ୍କୁ କହିଥିଲା l ସେତେବେଳେ ଭଗବାନ ରାମଚନ୍ଦ୍ର ବାନର ସେନାଙ୍କୁ ଦେଖାଇଥିଲେ ଯେ ଗୁଣ୍ଡୁଚି ମୂଷା ପକାଇଥିବା ଛୋଟ ଛୋଟ ପଥର ଗୁଡିକ ବଡ ପଥର ଗୁଡିକୁ କିପରି ଯୋଡୁଛି l
ଭଗବାନ ରାମ କହିଲେ ଯେ ଯଦି ଗୁଣ୍ଡୁଚି ମୂଷା ଛୋଟ ପଥର ଗୁଡିକୁ ପାଣିରେ ପକାଇ ନଥାନ୍ତା ତେବେ ତମେମାନେ ପକାଇଥିବା ବଡ଼ ପଥର ଗୁଡିକ ନିଜ ମଧ୍ୟରେ ଯୋଡି ହୋଇ ନଥାନ୍ତେ l ତେଣୁ କରି ତମେ ମାନେ ତିଆରି କରିଥିବା ସେତୁ ବନ୍ଧଟି ତିଆରି କରିବାରେ ଗୁଣ୍ଡୁଚି ମୂଷାର ଅବଦାନ ରହିଛି l ଏହାପରେ ରାମଚନ୍ଦ୍ର ଅତି ସ୍ନେହର ସହିତ ଗୁଣ୍ଡୁଚି ମୂଷାକୁ ନିଜ ହାତରେ ଉଠାଇ ଥିଲେ ,ତା କାର୍ଯ୍ୟର ପ୍ରଶଂସା କରି ତା ପିଠି ଉପରେ ସ୍ନେହରେ ହାତରେ ଆଉଁସି ଥିଲେ l ଭଗବାନ ରାମଚନ୍ଦ୍ରଙ୍କ ହାତର ସ୍ପର୍ଶ ବାଜିବା କ୍ଷଣି ଗୁଣ୍ଡୁଚି ମୂଷା ପିଠିରେ ଗାର ଭଳି ଟାଣି ହୋଇ ଯାଇଥିଲା l ଯାହାକୁ ଦେଖିଲେ କୁହ ଯାଏ ଯେ ଏହା ଭଗବାନ ରାମଙ୍କ ଆଶୀର୍ବାଦ ଥିଲା l