Odisha news

ଦାରିଙ୍ଗବାଡି ବ୍ଲକ ବିଜେପିର ନୂତନ ମଣ୍ଡଳ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବିଜେପିର ନୂତନ ମଣ୍ଡଳ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡି ରାଶିପଦା ହୋଲିପ୍ୟାଡ଼ ପଡିଆ ଠାରେ ଆୟୋଜିତ କରାଯାଇଛି |କାର୍ଯ୍ୟକ୍ରମରେ ପ୍ରଥମେ କନ୍ଧମାଳର ବରିଷ୍ଠ ବିଜେପି ନେତା ବିପ୍ରଚରଣ ପ୍ରଧାନଙ୍କ ଦେହାନ୍ତରେ ୨ ମିନିଟ ନିରବ ପ୍ରାର୍ଥନା ହୋଇଥିଲା |ପରେ ପରେ ନୂତନ ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି  ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ଅଳ୍ପ ସମୟର ଅଭିଭାଷଣରେ ଦଳକୁ ସୃଦୁଢ କରିବା ପାଇଁ ହେଲେ ସମସ୍ତ କର୍ମୀ ଭାଇ ଭଉଣୀ ଏକ ହୋଇ ଲଢ଼ିବା, ମତାନ୍ତର ନରଖିବା,ଏକମନ ଏକ ପ୍ରାଣରେ ଯଦି ସଂଗଠନ କରିବା ତାହେଲେ ଯାଇ ଏ ଜିଲ୍ଲାରେ ବିଜେପିକୁ ବହୁମତ ମିଳିବ ବୋଲି ନୂତନ ମଣ୍ଡଳ ସଭାପତି ଶ୍ରୀ ସାହୁ  କହିଥିଲେ l ଏହି ବୈଠକରେ ଅରୁଣ ପ୍ରଧାନ, ବିଷ୍ଣୁ ଚରଣ ପ୍ରଧାନ, ବିରଞ୍ଚି ନାରାୟଣ ସାହୁ, ପ୍ରଭାକର ସାହୁ, ହରେନ କୁମାର ସାହୁ, ଇନ୍ଦ୍ରମଣି ପ୍ରଧାନ, ଜୟଚନ୍ଦ୍ର ପାତ୍ର,  ମୀନକେତନ ସାହୁ, ତ୍ରିଲୋଚନ ନାୟକ,ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା |

Nalco
Leave A Reply