Odisha news

ବିଷ୍ଣୁପ୍ରୀୟା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ମିଶ୍ରଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

0

କେନ୍ଦ୍ରାପଡା, ୧୩/୧୧(rabindra Dash) : – ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ଗ୍ରାମର ବିଷ୍ଣୁପ୍ରୀୟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦୁଇ କିଲୋମିଟରରୁ ଉଦ୍ଧ୍ୱର୍ ଦ୍ୱରରେ ଥିବା ଜୟତଳଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରିବାକୁ ସରକାରୀ ନିର୍ଦେଶ ବିରୋଧରେ ଗ୍ରାମବାସୀମାନେ ଗୁରୁବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୧୯୩୦ ମସିହାରେ ପ୍ରତିଷ୍ଠା କରାଯାଇଥିବା ତେଣ୍ଡାକୁଡା ଗ୍ରାମର ବିଷ୍ଣୁପ୍ରୀୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତେଣ୍ଡାକୁଡା, ବଡ ନୟନପୁର, ସାନ ନୟନପୁର, ବରଢି ବଣୁଆସାହି, ବୈଦିଗଡା ପ୍ରଭୃତି ଗ୍ରାମ ଗୁଡିକର ପିଲାମାନେ ପାଠ ପଢିବା ସହିତ ବଡ ନୟନପୁର, ସାନ ନୟନପୁର, ତେଣ୍ଡାକୁଡା ଗ୍ରାମର ଦଳିତ ସାହିର ପିଲାମାନେ ମଧ୍ୟ ପାଠ ପଢିଥାନ୍ତି ।

ଏହି ବିଦ୍ୟାଳୟରେ ୨୯ଜଣ ଛାତ୍ରଛାତ୍ରୀଙ୍କ ନାମ ପ୍ରବେଶ ରେଜିଷ୍ଟରରେ ଥିଲେ ମଧ୍ୟ ସରକାରଙ୍କ ନିୟମକୁ କିଭଳି ଅଣଦେଖା କରାଯାଇ ଏହି ସ୍କୁଲକୁ ଜୟ ତଳଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିର୍ଦେଶ ପ୍ରଦାନ କରାଗଲା ତାହା ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସୁଶାନ୍ତ ମହାନ୍ତି, ସରୋଜ ମଲ୍ଲିକ, ଅନିତା ମଲ୍ଲିକ, ମାତାଜି ମଲ୍ଲିକ, ଶ୍ରଦ୍ଧାଞ୍ଜଳି ମଲ୍ଲିକ, ଅଶୋକ କୁମାର ଗୋଛାୟତ, ବର୍ଷା ମଳିକ, ସନ୍ଧ୍ୟା ମଳିକ, ଲିଲି ମଳିକ, ଲୋପାମୁଦ୍ରା ମଳିକ ପ୍ରମୁଖ ବହୁ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।

Leave A Reply