Odisha news

୪୫ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

0

ବାରିପଦା  : ବାରିପଦା ଟାଉନଥାନା ଅନ୍ତର୍ଗତ ପାଲବଣୀ ନିକଟରେ ପୋଲିସ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ୪୫ହଜାର ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯିବା ସହ ୨ ବେପାରୀଙ୍କୁ ଗିରଫ କରାଯିବା ସହ ଏକ ବାଇକ ଜବତ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ପାଲବଣୀ ବାଇପାସ ନିକଟ ରିଲାଇନ୍ସ ପେଟ୍ରୋଲ ପମ୍ପ ନିକଟରେ ୨ଜଣ ଗଞ୍ଜେଇ ବେପାରୀ ଓଆର-୦୧ୟୁ-୧୫୫୨ ନମ୍ବର ବିଶିଷ୍ଟ ହିରୋହୋଣ୍ଡା ବାଇକ୍ରେ ଗଞ୍ଜେଇ ଧରି ଛିଡା ହୋଇଥିବାବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ଟାଉନ ପୋଲିସ ଅତର୍କୀତ ଚଢଉ କରି ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବୈଶିଙ୍ଗା ଥାନା ଅଞ୍ଚଳର କାଳିଚରଣ ପ୍ରଧାନ(୪୪) ଓ ବାଲେଶ୍ୱର ଜିଲ୍ଲା ସାହୁପଦା ଅଞ୍ଚଳର ହିମାଂଶୁ ପାତ୍ର(୩୨)ଙ୍କ ଠାରୁ ୨କେଜି ୯ଶହଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୨ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଥିଲା । ଏନେଇ ବାରିପଦା ଟାଉନଥାନାରେ ୭୮୩/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply