ମିଥ୍ୟା ଅଭିଯୋଗରେ ହୋଇଥିବା କର୍ମଚାରୀଙ୍କ ନିଳମ୍ବନ, ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବୀରେ ୨୪ ତାରିଖରୁ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଆନେ୍ଦାଳନ ଚେତାବନୀ
ଫୁଲବାଣୀ (Santosh Mishra) : ମିଥ୍ୟା ଅଭିଯୋଗରେ କର୍ମଚାରୀଙ୍କୁ ନିଳମ୍ବନ କରାଯାଇଥିବାରୁ ତାଙ୍କ ଏହି ଆଦେଶକୁ ପ୍ରତ୍ୟାହାର ଏବଂ କର୍ମଚାରୀ ମାନଙ୍କର ଦିର୍ଘଦିନର ବିଭିନ୍ନ ଦାବୀରେ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର କନ୍ଧମାଳ କର୍ମଚାରୀ ସଂଘ ପକ୍ଷରୁ ପର୍ଯ୍ୟାୟ କ୍ରମେ ଆନେ୍ଦାଳନ ପାଇଁ ନିଷ୍ପତି ନିଆଯାଇଛି । ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କନ୍ଧମାଳର କର୍ମଚାରୀ ସଂଘ ପକ୍ଷରୁ ଆଜି ଏକ ପ୍ରେସ ବିବୃତିରେ ଆସନ୍ତା ୨୪ ତାରିଖରୁ ବ୍ୟାଙ୍କ କର୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଏବଂ ପଦକ୍ଷେପକୁ ବିରୋଧ କରିବାସହିତ କର୍ମଚାରୀ ମାନଙ୍କର ରହିଥିବା ଦାବୀ ପୁରଣ ନିମନ୍ତେ ଆସନ୍ତା ୨୪ ତାରିଖ ଏବଂ ୨୫ ତାରିଖରେ ରାଜ୍ୟରେ ଥିବା ୧୭ଟି ଜିଲ୍ଲାର ୮ଟି ଜୋନାଲ ଅଫିସ ଆଗରେ ସଂଘର କର୍ମକର୍ତାମାନେ ସାମୁହିକ ଭାବରେ ଛୁଟି ନେଇ ଆନେ୍ଦାଳନ ଓ ବିକ୍ଷୋଭ ପ୍ରଦର୍ଶନ କରିବେ ।
ବ୍ୟାଙ୍କର ଉଚକର୍ତୃପକ୍ଷ ସେମାନଙ୍କର ଦାବୀ ପୁରଣ ନ କଲେ କର୍ମଚାରୀ ମାନେ ପୁଣି ଆସନ୍ତା ୨୭ ତାରିଖରେ ବଲାଙ୍ଗୀର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଆଗରେ କର୍ମଚାରୀ ସଂଘର ସମସ୍ତ କର୍ମକର୍ତା ମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଫୁଲବାଣୀ ଆଂଚଳିକ ସଂଘ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଉପ ସଭାପତି ବେଣୁଧର ସେଠୀ ଆଜି ଏହି ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।
ଏହାପରେ ଡିସେମ୍ବର ମାସ ୧ ଏବଂ ୨ ତାରିଖରେ କର୍ମଚାରୀ ମାନଙ୍କର ଧର୍ମଘଟ କରାଯିବା ସହିତ ୭ତାରିଖରୁ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧର୍ମଘଟ ଏବଂ ଆମରଣ ଅନଶନ କରାଯିବ ଏଥିରେ ଜିଲ୍ଲାରେ ଥିବା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର ସମସ୍ତ ୧୧ଟି ଶାଖାର କର୍ମଚାରୀ ମାନେ ଯୋଗ ଦେବେ ବୋଲି କହିଛନ୍ତି ସେ ।
ଏହି ଅବସରରେ ତାଙ୍କ ଆଂଚଳି ସମ୍ପାଦକ ଉମାଚରଣ ବେହେରା,ଫୁଲବାଣୀ ଏରିଆ ସମ୍ପାଦକ ବିବେକ ଅଭିଷେକ ରାଜୁ ଏବଂ ଏରିଆ ସମ୍ପାଦକ ପଙ୍କଜ ଲୋଚନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ଦାବୀ ଅନୁସାରେ ବ୍ରହ୍ମପୁର ମୁଖ୍ୟ ଶାଖାରେ କାର୍ଯ୍ୟରତ ହୃଷିକେଶ ପାତ୍ରଙ୍କ ବିରୋଧରେ ମିଥ୍ୟା ଅଭିଯୋଗରେ କୌଣସି କାରଣ ଦର୍ଶାଅ ନୋଟିସ ଜାରୀ ନ କରି ତାଙ୍କୁ ବ୍ୟାଙ୍କର ଉଚକର୍ତୃପକ୍ଷ ନିଳମ୍ବିତ କରିବା ସହିତ ଫୁଲବାଣୀ ଆଂଚଳିକ କାର୍ଯ୍ୟାଳୟକୁ ବଦଳି କରାଯାଇଛି ।
ତେଣୁ ତାଙ୍କ ନିଳମ୍ବନକୁ ବିନା ସର୍ତରେ ପ୍ରତ୍ୟାହାର କରାଯିବା ନେଇ ଦାବୀ କରାଯାଇଛି । ଏହାସହିତ କର୍ମଚାରୀ ମାନଙ୍କ ପୁରୁଣା ଦାବୀ ୨୦.୧୨.୨୦୦୬ ମସିହାଠାରୁ ଚାକିରି କାଳରେ ଦେହାନ୍ତ ହୋଇଥିବା କର୍ମଚାରୀ ମାନଙ୍କର ଯୋଗ୍ୟ ପରିବାର ଲୋକଙ୍କୁ ଥଇଥାନ କରାଯିବା,ଅସ୍ଥାୟୀ ଭାବରେ ବ୍ୟାଙ୍କରେ କାର୍ଯ୍ୟ କରିବାପରେ ରେଗୁଲାର କରାଯାଇଥିବା କର୍ମଚାରୀ ମାନଙ୍କୁ ସେମାନେ ଯୋଗ ଦେଇଥିବା ଦିନଠାରୁ ରେଗୁଲାର କରାଯିବା,ବ୍ୟାଙ୍କରେ କାର୍ଯ୍ୟରତ ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ନିୟମିତ କରାଯିବା ସହିତ କମ୍ପୁ୍ୟଟର କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ କମ୍ପୁ୍ୟଟର ଭତା ପ୍ରଦାନ କରାଯିବା ଭଳି ଦାବୀରେ ଏହି ଆନେ୍ଦାଳନ କରାଯିବାକୁ ସଂଘ ପଦକ୍ଷେପ ନେଇଥିବା ନେଇ ସୂଚନା ଦେଇଛନ୍ତି । ତେବେ ଏହି ସବୁ ଦାବୀକୁ ବ୍ୟାଙ୍କର ଉଚକର୍ତୃପକ୍ଷ ନ ମାନିଲେ ସଂଘର ନିଷ୍ପତି ଅନୁସାରେ ଆନେ୍ଦାଳାନ୍ମକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।