Odisha news

କଟକ ଏସିବିରୁ ମାନସିକ ଅନଗ୍ରସର ବ୍ୟକ୍ତି ନିଖୋଜ

0

କଣାସ- ୧୨/୧୧/୨୦ : କଟକ ଏସିବି ମେଡିକାଲରୁ ମାନସିକ ଅନଗ୍ରସର ବେକ୍ତି ରାମଚନ୍ଦ୍ର ରାଉତ ବୟସ ୩୦ କେଉଁଆଡେ ନିଖୋଜ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।ଖବର ନେବାରେ ଜଣାପଡିଛି ପୁରୀ ରେ ମାନସିକ ଅନଗ୍ରସର ବେକ୍ତି ରାମଚନ୍ଦ୍ର ରାଉତଙ୍କୁ  ହୋପ ଇଜ ଲାଇଫି ସ୍ୟାଣ୍ଡପ ଅନୁଷ୍ଠାନ ଚନ୍ଦନପୁର ଦ୍ୱାରା ଉଦ୍ଧାର କରାଯାଇଥିଲା ।ପରେ ପରେ ପୁରୀ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଳାଞ୍ଚଳ ସେବାପ୍ରତିଷ୍ଠାନ ଦୟାବିହାର କଣାସରେ ୨୬/୦୯/୨୦୨୦ ରେ ନିରାଶ୍ରୟ ମାନସିକ ଅସୁସ୍ଥ ବେକ୍ତିଙ୍କ ଥାଇଥାନ ଗୃହ (କଲ୍ୟାଣୀ)ବିଭାଗରେ ରଖାଯାଇଥିଲା ।

ଅନୁଷ୍ଠାନରେ ରହିବାରେ ତାଙ୍କର ଖାଇବା ପିଇବା ଓ ଉତ୍ତମ ଚିକିତ୍ସା ଯୋଗାଇବା ପରେ ଆଗ ଅପେକ୍ଷା ଶୋଭାବରେ ଟିକେ ଟିକେ ପରିବର୍ତ୍ତନ ଦେଖାଗଲା ।ପରେ ୯/୧୦/୨୦୨୦ରେ ଅନୁଷ୍ଠାନ ପକ୍ଷରୁ ରାମଚନ୍ଦ୍ରଙ୍କୁ ଅଭିଜ୍ଞ ଡାକ୍ତରୀ ସେବା ଯୋଗାଇ ଦେବା ପାଇଁ କଟକ ଏସିବି ମେଡିକାଲର ମାନସିକ ଅନଗ୍ରସ ବିଭାଗକୁ  ନିଆଯାଇଥିଲା ସେଠାରେ ଡାକ୍ତର ଦେଖିବା ପରେ କୋଭିଡ ପରୀକ୍ଷା କରାଇବା ପାଇଁ କହିଥିଲେ ।ଅନୁଷ୍ଠାନର କର୍ମଚାରୀ ତାଙ୍କୁ କୋଭିଡ ଗୃହରେ ପରୀକ୍ଷା ପାଇଁ ଛାଡିଥିଲେ ।

ସେ ଭିତରକୁ ଅନ୍ୟ କାହାରିକୁ ଭିତରକୁ ଦିଆଯାଇ ନଥିଲା କେବଳ ରାମଚନ୍ଦ୍ରଙ୍କୁ ନିଆଯାଇଥିଲା ।ସେହି କୋଭିଡ ପରିକ୍ଷଣ ଗୃହ ଭିତରୁ ରାମଚନ୍ଦ୍ର ମଉକା ଦେଖି କୁଆଡ଼େ ଚାଲି ଯାଇଛନ୍ତି ବୋଲି ଏସିବି ମେଡିକାଲ କୋଭିଡ ଦାୟିତ୍ୱରେ ଥିବା କର୍ମଚାରୀ ଅନୁଷ୍ଠାନ କର୍ମଚାରୀଙ୍କୁ  ଜଣାଇଥିଲେ।ପରେ ଅନୁଷ୍ଠାନର କର୍ମଚାରୀ କଟକର ସବୁ ସ୍ଥାନ  ଖୋଜାଖୋଜି କରିବା ପରେ ରାମଚନ୍ଦ୍ରଙ୍କୁ ପାଇନଥିଲେ ବାଧ୍ୟହୋଇ ନିକଟସ୍ଥ ମଗଳାବାଗ ଥାନା କଟକରେ ଅନୁଷ୍ଠାନର କର୍ମଚାରୀ ଲିଖିତ ଅଭିଯୋଗ କରିଥିଲେ ।ଅନୁଷ୍ଠାନ ପକ୍ଷରୁ ଆଜି ପର୍ଯ୍ୟନ୍ତ ମାନସିକ ଅନଗ୍ରସର ବେକ୍ତି ରାମଚନ୍ଦ୍ରଙ୍କୁ କଟକ ଠାରୁ ଆରମ୍ଭ କରି  ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି  ସନ୍ଧାନ ମିଳିନାହିଁ । ଯଦି  କୌଣସି ସହୃଦୟ ବେକ୍ତି ରାମଚନ୍ଦ୍ରଙ୍କର ସନ୍ଧାନ ପାଆନ୍ତି ୭୮୯୪୮୩୯୭୮୮,୯୯୩୭୦୯୭୦୮୧ ମୋବାଇଲ ନମ୍ବରରେ ସୂଚନା ଦେବାପାଇଁ ନିଳାଞ୍ଚଳ ସେବାପ୍ରତିଷ୍ଠାନ ଦୟାବିହାର କଣାସ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply