Odisha news

ନକଲି ବସ୍ ଟିକେଟ୍ ବିକ୍ରୀ: ଜଣେ ଗିରଫ

0

ଭୁବନେଶ୍ୱର,(ନି.ପ୍ର): ନକଲି ବସ୍ ଟିକେଟ୍ ବିକ୍ରୀ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଇନ୍ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାରର ଜିତୁ ଓରଫ୍ ଜିତେନ୍ଦ୍ର ସାହୁ(୨୮) । ଅଭିଯୁକ୍ତ ଜିତୁ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଚାରି ପାଞ୍ଚୋଟି ବସ୍ର ନକଲି ଟିକେଟ୍ ବହି କରାଇ ଯାତ୍ରୀଙ୍କୁ ବିକ୍ରୀ କରୁଥିଲା ।

ଏହା ଜଣାପଡିବାପରେ ଗତ ୯ତାରିଖରେ ଗୌରହରି ଦାସ ମହାପାତ୍ର ନାମକ ବସ୍ ମାଲିକ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତକୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ଦିଲ୍ଖୁସ୍ ଓ ସାଇରାଜ୍ ନାମକ ଦୁଇଟି ବସର ନକଲି ଟିକେଟ୍ ମଧ୍ୟ ଜବତ କରିଛି । ଅଭିଯୁକ୍ତର ଜାମିନ୍ ନାମଞ୍ଜୁର ହୋଇଯିବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Leave A Reply