Odisha news

ବନ ବିଭାଗ ପକ୍ଷରୁ ବିରଳ ଝିଙ୍କ ଉଦ୍ଧାର

0

ଚଣ୍ଡିଖୋଲ : ବନ ବିଭାଗ ପକ୍ଷରୁ ଆଜି ଭୋଅର ସମୟରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ଼ ସଂରକ୍ଷିତ ଜଙ୍ଗଲରେ ଏକ ଝିଙ୍କ ଉଦ୍ଧାର ହୋଇଛି । ଗଡ଼ମଧୁପୁର ବନପାଳ ରଞ୍ଜନ କୁମାର ମିଶ୍ର,ସ୍କ୍ୱାର୍ଡ଼ ଏସ୍ କେ ଜାଭିର,ପ୍ରଭାସ ସାହାଣୀ,ସମ୍ବିତ ରାଉତ,କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ପେଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲରେ ଝିଙ୍କକୁ ଦେଖିଥିଲେ । ତାକୁ ଉଦ୍ଦାର କରି ଧର୍ମଶାଳା ଭିଏସ୍ ରେ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ଗଡ଼ମଧୁପୁର ବିଟ୍ ହାଉସରେ ରଖାଯାଇଛି । ଏହି ଝିଙ୍କକୁ ଆନୁମାନିକ ୨ବର୍ଷ ହେବ । ସୁସ୍ଥ ହେବା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply