ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ ଗୋଟିଏ ଅଦ୍ଭୁତ ଘଟଣା ସାମନାକୁ ଆସିଛି l ଲଖନଉର ନିଜାମ ପୁରରେ ଅମରଜିତ ସାହୁ ରୁହନ୍ତି l ଅମରଜିତ ସାହୁଙ୍କ ଭାଇ ଦିନେ ରାତିରେ ଗୋଟିଏ ଅଦ୍ଭୁତ ସ୍ବପ୍ନ ଦେଖିଲେ ,ତାଙ୍କ ଭାଇ ହରିରାମ ସାହୁ ଦେଖିଲେ ଯେ ପୁରୁଣା ଘରେ ସୁନାରେ ଭର୍ତି ହୋଇଥିବା ଗୋଟିଏ ବଡ଼ ଖାଲ ଅଛି l ଏହା ପରେ ହରିରାମ ସାହୁ ନିଜର ଚାରି ଜଣ ସାଙ୍ଗଙ୍କ ସହିତ ମିଶି ରାତିସାରା ଘର ଚଟାଣ ଖୋଲିବାକୁ ଲାଗିଲେ l ଏପରି ଖୋଳୁ ଖୋଳୁ ସେ ସମ୍ପୂର୍ଣ୍ଣ ଘରଟିକୁ ଖୋଲି ଦେଇଥିଲେ l
ଘର ଖୋଲିବା ଦେଖି ଗାଁ ଲୋକମାନେ ପୋଲିସରେ ସୂଚନା ଦେଇଥିଲେ l ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆରୋପି ମାନଙ୍କୁ ଅନ୍ଧ ବିଶ୍ୱାସର ଶିକାର ହୋଇ ଏପରି ଘଟାଇଥିବା କାରଣରୁ ଗିରଫ କରିଥିଲା l ପୋଲିସ ଗିରଫ କଲା ପରେ ହରିରାମ ସାହୁ କହିଥିଲେ ଯେ ସେ ତାଙ୍କ ଭାଇଙ୍କର ପୁରୁଣା ଘରେ ମାଟିତଳେ ସୁନା ଖଣି ଥିବାର ଦେଖିଥିଲେ l ତାପରେ ସେ ନିଜ ସାଙ୍ଗମାନଙ୍କ ସହିତ ମିଶି ଏହିପରି ଖୋଲିବା ଆରମ୍ଭ କରିଥିଲେ l
ପୋଲିସ ହରିରାମ ସାହୁଙ୍କ ସହିତ କଥା ହେଲାବେଳେ ସେ ଆହୁରି ମଧ୍ୟ ଜଣାଇଥିଲେ ଯେ ସେ ଏହି ବିଷୟରେ ନିଜ ଗାଁ ନିକଟରେ ଥିବା ଜଣେ ବାବାଙ୍କ ସହିତ ପରାମର୍ଶ କରିଥିଲେ l ପରାମର୍ଶ କ୍ରମେ ବାବା ଜଣଙ୍କ କହିଥିଲେ ଯେ ସେଠାରେ ସୁନାର ମାଠିଆ ଅଛି ବୋଲି l କିନ୍ତୁ ସମ୍ପୂର୍ଣ୍ଣ ଘରଟି ଖୋଲା ଯାଇଥିଲା l ପୋଲିସ ଶୁଣି ଆଶ୍ଚର୍ଯ୍ୟ ହେଲା ଯେ ଆଜିର ଆଧୁନିକ ସମାଜରେ ମଧ୍ୟ ଅଧିକାଂଶ ଲୋକ ଅନ୍ଧ ବିଶ୍ୱାସର ଶିକାର ହେଉଛନ୍ତି l
