ଛତ୍ରପୁର ୭/୧୧ : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗ ଗ୍ରାମ ପଂଚାୟତ ର କରାତଳି ଗ୍ରାମର ତିଅର ସାହିର ଶ୍ରୀ ଚୈତନ୍ୟ ଯୁବକ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ କୋଠିଶାଳ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କରୋନା କୁ ଦୃଷ୍ଟି ରଖି ଗ୍ରାମର ଦୟା ବେହେରା (କରୋନା )ଓ ଚଞ୍ଚାଣ ବେହେରା (ଯମ ) ବେଶ ରେ ଅଭିନୟ କରି ଲୋକଙ୍କ ଘର କୁ ଘର ପହଞ୍ଚି ମାସ୍କ ବଣ୍ଟିବା ସହ କରୋନା ରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ସଚେତନତା କରିଥିଲେ ।
ମାସ୍କ ପିନ୍ଧିବା,ସମଦୂରତା ରକ୍ଷା କରିବା,ସାନିଟାଇଜ ବ୍ୟବହାର କରିବା ଆଦି ଉପରେ ଲୋକଙ୍କୁ କରୋନା ସଚେତନତା ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଂଜନ କରିଥିଲେ । ଏଥିରେ ଶତୃଘ୍ନ ବେହେରା,ଶଙ୍କର ବେହେରା,ସୁମା ବେହେରା, ବେଣୁଧର ବେହେରାଙ୍କ ସମେତ ବହୁ ଯୁବକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ।