Odisha news

ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବା ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ଙ୍କ ଦୁଇ ଦିନିଆ ଗୁମ୍ମା ବ୍ଲକ ଗସ୍ତ

0
ପାରଳଖେମୁଣ୍ଡି:୫/୧୧(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇ ଦାୟିତ୍ୱ ଗ୍ରହଣ କରିବା ପରେ ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ତାଙ୍କର ପ୍ରଥମ ଗସ୍ତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକର୨୦ ଟି ଗ୍ରାମ ପଞ୍ଚାୟତ କୁ ଯାଇ କଂଗ୍ରେସ ଦଳର ସଂଗଠନ ଓ ଦଳର ସ୍ଥିତି ଅନୁଧ୍ୟାନ କରଥିଲେ l ବିଭିନ୍ନ ସ୍ଥାନରେ ତାଙ୍କୁ କଂଗ୍ରେସ ଦଳ ତରଫରୁ କର୍ମୀ ଓ ନେତା ମାନେ ସମ୍ବର୍ଦ୍ଧନା ଜଣାଇଥିଲେ l
୨୦ ଟି ପଞ୍ଚାୟତର କଂଗ୍ରେସ ଦଳର କର୍ମୀ ମାନଙ୍କୁ ଗତ ନିର୍ବାଚନରେ ଦଳୀୟ ପlର୍ଥୀ ପରାଜୟ ର କାରଣ ନେଇ ଆଲୋଚନା କରିଥଲେ l ଆଗାମୀ ଦିନରେ ଗୁମ୍ମା ବ୍ଲକରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ ନଭେମ୍ବର ମାସ ୧୦ ତାରିଖରେ ହେବାକୁ ଯାଉଥିବା କୃଷକ ରାଲି ରେ ସମସ୍ତେ  ଯୋଗ ଦେବାକୁ ଅନୁରୋଧ କରିଥିଲେ l
ଆଗାମୀ ଦିନରେ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନଙ୍କ ଯେକୌଣସି ସମସ୍ୟା ହେଲେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗୋମାଙ୍ଗ ପ୍ରତିଶ୍ରୁତି ଦେଇଥିଲେ l ତାଙ୍କର ଏହି ଗସ୍ତ ବେଳେ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଗୀତା, ପୂର୍ବତନ ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ବର୍ଣ୍ଣିକ ଗୋମlଙ୍ଗ , କୁନା ମାଝୀ, ରାନୁ, ପାରଳଖେମୁଣ୍ଡି ପୌରପରିଷଦ ର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ସାମିଲ ଥିଲେ l
Leave A Reply