Odisha news

କୋଣାର୍କ ପୁଲିସର ବଡ଼ ସଫଳତା , ଦିନ ରେ ରାହାଜାନୀ କରିଥିବା ତିନି ଦୃବୁତ୍ତ ଅପରାହ୍ନରେ ରେ ଅଟକ।

0

କୋଣାର୍କ :  ବନ୍ଧନବ୍ୟାଙ୍କର ଜଣେ ମହିଳା କର୍ମଚାରୀଙ୍କ ଠାରୁ ୩୦ ହଜାର ଓ ସ୍କୁଟି ଗାଡ଼ି ଲୁଟ ଘଟଣାରେ କୋଣାର୍କ ପୁଲିସ ତିନି ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖିଛନ୍ତି । ସକାଳ ପ୍ରାୟ ସାଢ଼େ ନଅଟାରେ ରାହାଜାନୀ କରିଥିବା ଏହି ଦୁର୍ବୁତ୍ତଙ୍କୁ ଅପରାହ୍ନ ସୁଦ୍ଧା ଠାବ କରି କ‌ୋଣାର୍କଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ  କୁମାର ମଲ୍ଲିକ  ପୁଲିସ ପାଇଁ ଏକ ବଡ଼ ସଫଳତା ସାଉଁଟିଛନ୍ତି ।ସୂଚନା ଛଇତନା ଯାଉଁଳି ପୋଖରୀ ନିକଟରେ ଥିବା ବନ୍ଧନ ବ୍ୟାଙ୍କରେ ସୀମା ସାମଲ ନାମକ ଜଣେ ଯୁବତୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି ।ଆଜି ସଂପୃକ୍ତା ମହିଳା କର୍ମଚାରୀ ଜଣକ ସକାଳ ପ୍ରାୟ ସାଢ଼େ ନଅଟା ସମୟରେ କୋଣାର୍କ ଥାନା ଅଧିନ ଅନସରା ଗ୍ରାମ ରୁ ଋଣ ସଂଗ୍ରହ କରି ଫେରୁଥିଲେ ।ଅନସରା ଛକ ଠାରୁ କିଛି ଦୁରରେ ଛପି ରହିଥିବା କିଛି ଯୁବକ ସଂପୃକ୍ତ ମହିଳା କର୍ମଚାରୀଙ୍କୁ ଅଟକାଇ ତାଙ୍କ ଠାରୁ ସେ ଚଲାଉଥିବା ସ୍କୁଟି ଗାଡ଼ି ଓ ୩୦ ହଜାରଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏନେଇ ସଂପୃକ୍ତ ଯୁବତୀ ଜଣକ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବା ପରେ କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକଙ୍କ ନେତୃତ୍ବରେ ପୁଲିସ ଟିମ ଦୁର୍ବୁତ୍ତ ମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।

ମହିଳା କର୍ମଚାରୀ ସ୍କୁଟିକୁ ପୁଲିସ  କୋଣାର୍କ ଶୋଭନୀୟ –ଜୁଣେଇଁ ରାସ୍ତାର ଏକ କାଜୁଗଛ ମୂଳରେ ସନ୍ଦେହଜନକ ଅବସ୍ଥାରେ ଥୁଆ ହୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ।ଦୁର୍ବୁତ୍ତ ମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ  ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ ତିନିଜଣ ଯୁବକଙ୍କୁ ଧରିଆଣି ଥାନାରେ ପଚରାଉଚରା ଜାରି ରଖିଛନ୍ତି ।ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ  ଧରିବାପାଇଁ ପୁଲିସର ଚଢ଼ଉ ଜାରି ରହିଛି ।ତେବେ କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ରଂଜନ  କୁମାର ମଲ୍ଲିକଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦୁର୍ବୁତ୍ତ ମାନେ ମାତ୍ର କେଇ ଘଣ୍ଟା ମଧ୍ୟରେ ପୁଲିସ ହାତରେ ଧରାପଡ଼ିଲେ ବୋଲି  ଅଂଚଳରେ ଚର୍ଚ୍ଚା ଜୋରଧରିଛି ।

Leave A Reply