ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଚଳିତ ବର୍ଷ ନିଜର ପ୍ରଥମ ସାଟେଲାଇଟ ନଭେମ୍ବର ୭ ତାରିଖରେ ଲଞ୍ଚ କରିବାକୁ ଯାଉଛି l କରୋନା ମହାମାରୀ କାରଣରୁ ଇସ୍ରୋର ଏହି ପ୍ରୋଜେକ୍ଟ ଅଟକି ଯାଇଥିଲା ଯାହାକୁ ପୁନର୍ବାର ଆରମ୍ଭ କରାଗଲା l ଏହି ସାଟେଲାଇଟକୁ ଇସ୍ରୋ EOS-1କୁ PSLV-C 49 ରକେଟରେ ଲଞ୍ଚ କରିବ l ଏହି ମିଶନଟି ଏଥିପାଇଁ ଖାସ ଅଟେ କାରଣ ଇସ୍ରୋ PSLV-C49 ସହିତ ଆମେରିକାର ଚାରୋଟି ଲଗଜବର୍ଗ କଷ୍ଟମର ସାଟେଲାଇଟ ମଧ୍ୟ ଲଞ୍ଚ କରିବ l
ଏହି ସମସ୍ତ ସାଟେଲାଇଟକୁ NSIL ସହିତ ଏକ ବ୍ୟବସାୟିକ ଏଗ୍ରିମେଣ୍ଟ ଜରିଆରେ ଲଞ୍ଚ କରାଯିବ l ଏହି ଆଡ଼ଭାନ୍ସ ସାଟେଲାଇଟ ଜରିଆରେ ଯେକୌଣସି ସାମୟରେ ପୃଥିବୀରେ ନଜର ରଖିବାର କ୍ଷମତା ରଖାଯାଇଛି l କୁହ ଯାଉଛି ଯେ ଏହି ସାଟେଲାଇଟ ଦ୍ୱାରା ଭାରତୀୟ ସେନାଙ୍କୁ ନିଜ ସୀମାରେ ନଜର ରଖିବା ପାଇଁ ଖୁବ ସାହାଯ୍ୟ କରିବ l
ଏହା ବ୍ୟତୀତ ସାଟେଲାଇଟର ବ୍ୟବହାର ଚାଷ ଜମି ,ଫ୍ୟାକ୍ଟ୍ରି ଓ ପ୍ରାକୃତିକ ବିପର୍ଯ୍ୟ ଉପରେ ମଧ୍ୟ ନଜର ରଖି ପାରିବ l ଏହି ସାଟେଲାଇଟଟି ଶ୍ରୀ ହରି କୋଟାର ସତୀଶ ଧବନ ସ୍ପେସ ସେଣ୍ଟରରୁ ନଭେମ୍ବର ୭ ତାରିଖ ମାଧ୍ୟାନ ୩:୨ ମିନିଟରେ ଲଞ୍ଚ କରାଯିବ l ୨୦୧୯ ଡିସେମ୍ବର ମାସରେ ଇସ୍ରୋ ନିଜର ଶେଷ ସାଟେଲାଇଟ ଲଞ୍ଚ କରିଥିଲା l
ଚଳିତ ବର୍ଷ ଏହି ନଭେମ୍ବର ୭ ପରେ ଇସ୍ରୋ ଡିସେମ୍ବରରେ ଆଉ ଏକ ସାଟେଲାଇଟ ଲଞ୍ଚ କରିବାର ଯୋଜନା କରିଛି l ଏହି ସାଟେଲାଇଟ ଜରିଆରେ କମ୍ୟୁନିକେସନ ରଖାଯାଇ ପାରିବ l ଯାହାକୁ PSLV-C50ରକେଟ ଜରିଆରେ ଲଞ୍ଚ କରିବାର ଯୋଜନା ରଖିଛି ଓ ଏହି ସାଟେଲାଇଟଟିର ନାମ GSAT-12R l