Odisha news

କ୍ୟାପିଟାଲ୍ସ-ମୁମ୍ବାଇ କ୍ୱାଲିଫାୟାର ୧

0

ଆବୁଧାବୀ, ୩ା୧୧ (ଏଜେନ୍ସି) : ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ହରାଇ ପ୍ଲେଅଫ୍ସରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଫଳରେ ଆଗାମୀ ଗୁରୁବାର ଦିନ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୫୪ ରନ୍‌ କରିବା ସହ ବିଜୟ ମୁକୁଟ ପିନ୍ଧିଥିଲା । ଶ୍ରେଷ୍ଠ ପ୍ରଦର୍ଶନ ଦିଲ୍ଲୀର ଅନରିଚ ନୋର୍ଟେଜଙ୍କୁ ପ୍ଲେୟାର୍‌ ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

Nalco
Leave A Reply