ରାୟଗଡା (Rabindra Patkhandal) : ସିଙ୍ଗାପୁର ରୋଡ ଷ୍ଟେସନ ଠାରୁ ୬ କି.ମି ଅଙ୍ଗୁର ନିକଟରେ ମରାମତି କାର୍ଯ୍ୟରତ ଟାବାର କାର ଇଞ୍ଜିନକୁ ସମଲେଶ୍ୱରୀ ଏକ୍ସପ୍ରେସ ଗତ ୨୫ ଜୁନ୍ ୨୦୧୯ ମସିହାରେ ଧକ୍କା ଦେଇଥିଲା । ୨ଟି ଇଞ୍ଜିନ ଧକ୍କା ଯୋଗୁଁ ଟାବାର କାରର ଟେକ୍ନିସିୟନ ସୁରେଶ, ବରିଷ୍ଟ ସେକସନ ବିଦ୍ୟୁତ ଇଞ୍ଜିନିୟର ସାଗର ଏବଂ ଗୌରୀ ନାଇଡୁ ୩ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାଟି ଜୋରଦାର ହୋଇଥିଲେ ସୁଦ୍ଧା ସମଲେଶ୍ୱରୀ ଟ୍ରେନରେ ଯାତ୍ରା କରୁଥିବା କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣାର ୧୬ ମାସ ମଧ୍ୟରେ ହୋଇଥିବା ତଦନ୍ତ ରିପୋର୍ଟ ଅନୁଯାଇ ପୂର୍ବତଟ ରେଳ ବିଭାଗ ଦୁଇ ଷ୍ଟେସନ କର୍ମଚାରୀଙ୍କୁ ବହିଷ୍କୃତ କରିବାକୁ ନିଦେ୍ର୍ଧଶ ଆସିଛି ।
ପ୍ରକାଶଥାଉ କି ଗତ ୨୫ ଜୁନ ୨୦୧୯ ମସିହା ମଙ୍ଗଳବାର ଅପରାହ୍ନରେ ଅଙ୍ଗୁୁର ନିକଟରେ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହୋଇଥିଲା । ଦୁର୍ଘଟଣାଟି ଏକ ଟାବାର କାର ଇଞ୍ଜିନ ସହ ହୋଇଥିଲା । ଏହି ଟାବାର କାର ଇଞ୍ଜିନଟି ରାୟଗଡାରୁୁ ୭ଜଣ କର୍ମଚାରୀଙ୍କୁ ନେଇ ବିଦ୍ୟୁତ ମରାମତି ପାଇଁ ଅଙ୍ଗୁର ଷ୍ଟେସନ ଅଭିମୁଖେ ବାହାରିଥିଲା । ବିଭାଗର ନୀତି ନିୟମ ପ୍ରକାରେ ସିଙ୍ଗାପୁର ରୋଡ ଷ୍ଟେସନ ଠାରେ ମ୍ୟାନେଜର, ସିଗନାଲ ମ୍ୟାନଙ୍କ ସହ ସମ୍ପର୍କ କରି ଅପରାହ୍ନ ୪ଟା ବେଳେ କର୍ମଚାରୀ ମାନେ ଅଙ୍ଗୁର ଠାରେ ପହଞ୍ଚିଥିଲେ । ଟାବାର କାର ଇଞ୍ଜିନ ଉପରେ ଠିଆ ରହି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ହାୱଡାରୁ ଜଗଦଳପୁର ଯାଉଥିବା ଟ୍ରେନ ଅପରାହ୍ନ ୩.୫୦ମିନଟ ସମୟରେ ରାୟଗଡା ଷ୍ଟ୍ରେସନ ଛାଡିଥିଲା । ସିଙ୍ଗାପୁର ରୋଡ ଷ୍ଟ୍ରେସନରେ ସମଲେଶ୍ୱରୀ ଏକ୍ସପ୍ରେସର ରହଣି ନଥିବାରୁ ଟ୍ରେନଟି ଦୃତ ଗତିରେ କୋରାପୁଟ ଅଭିମୁଖେ ଛୁଟିଥିଲା । ତେବେ ଆଗରେ କାର୍ଯ୍ୟ ଚାଲୁଥିବା ସମ୍ପର୍କରେ ଅଜ୍ଞ ସମଲେଶ୍ୱରୀ ଟ୍ରେନର ଡ୍ରାଇଭର ଏକ ବୁଲାଣି ଅତିକ୍ରମ କରିବା ପରେ ହଠାତ ସମାନ ଟ୍ରାକ ଉପରେ ଏକ ଇଞ୍ଜିନକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ।
ତେବେ କିଛି ଉପାୟ ଅବଲମ୍ବନ କରିବା ପୂର୍ବରୁ ହିଁ ଟାବାର କାର ସହ ସମଲେଶ୍ୱରୀ ଇଞ୍ଜିନର ଶକ୍ତ ଧକ୍କା ହୋଇଥିଲା । ଧକ୍କା ଏତେ ଶକ୍ତ ଥିଲା ଯେ ଟାବାର କାରଟି କିଛି ମିଟର ଦୂରକୁ ଠେଲି ହୋଇ ଟ୍ରାକ ବାହାରକୁ ଚାଲି ଆସିଥିଲା । ଧକ୍କା ଫଳରେ ଟାବାର କାରଟି ହୁତହୁତ ହୋଇ ଜଳି ଯାଇଥିଲା । ସୂଚନା ପାଇ କୋଲନରା ଏବଂ ରାୟଗଡାରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ଟେକ୍ନିସିୟନ ସୁରେଶ, ବରିଷ୍ଟ ସେକସନ ବିଦ୍ୟୁତ ଇଞ୍ଜିନିୟର ସାଗର ଏବଂ ଗୌରୀ ନାଇଡି ୩ଜଣଙ୍କର ମୃତ୍ୟୁ ଘଟିଥିଲା । ସେହି ସମୟରେ ୨ଷ୍ଟେସନ ମାଷ୍ଟର ସହ ୪ଜଣ ନିଳମ୍ବିତ ହୋଇଥିଲେ ।
ସେମାନେ ହେଲେ କେଉଟଗୁଡ଼ା ଷ୍ଟେସନ ପରିଚାଳକ ସଞ୍ଜୟ ତପ, ଶେଖର ଗୁପ୍ତା ସିଙ୍ଗାପୁର ଷ୍ଟେସନ ପରିଚାଳକ ଏଲ.ସନ୍ତୋଷ ଓ ଭବୁନି ପ୍ରଧାନ ସିଗନାଲ କର୍ମଚାରୀ ନିଳମ୍ବିତ କରାଯାଇଥିଲା । ଏହି ଘଟଣାର ୧୬ ମାସ ମଧ୍ୟରେ ହୋଇଥିବା ତଦନ୍ତ ରିପୋର୍ଟ ଅନୁଯାଇ ପୂର୍ବତଟ ରେଳ ବିଭାଗ କେଉଟଗୁଡ଼ା ଷ୍ଟେସନ ପରିଚାଳକ ସଞ୍ଜୟ ତପ ଏବଂ କେବିଲ ପରିଚାଳକ ଜୟ ପ୍ରକାଶଙ୍କୁ ବହିଷ୍କୃତ କରିବାକୁ ନିଦେ୍ର୍ଧଶ ଆସିଥିବା ଖବର ମିଳିଛି ।