Odisha news

ବାଲେଶ୍ୱରରେ ଭାଜପାର ପ୍ରଚାର ଓ ବୈଜୟନ୍ତଙ୍କ ରୋଡ଼୍ ସୋରେ ଶକ୍ତି ପ୍ରଦର୍ଶନ

0

ବାଲେଶ୍ୱର -୩୧/୧୦ (Suvendra Pattanaik) : ବାଲେଶ୍ୱର ସଦର ବିଧାନସଭା ଆସନ ନିମନ୍ତେ ହେଉଥିବା ଉପନିର୍ବାଚନ ପ୍ରଚାର ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବାଲେଶ୍ୱରରେ ପହଞ୍ଚô ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ମେଗା ରୋଡ଼୍ ସୋରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶ୍ରୀ ପଣ୍ଡା ହେଲିକେପ୍ଟର ଯୋଗେ ପାତ୍ରପଡ଼ା ନିକଟରେ ପହଞ୍ଚôବାପରେ ସେଠାରୁ ଏକ ଶୋଭାଯାତ୍ରାରେ ଆସି ପୁରୁଣା ଷ୍ଟାଡ଼ିୟମ ନିକଟରେ ଥିବା ଭାଜପା କାର୍ଯ୍ୟାଳୟରେ ପହଞ୍ଚô ଭୂତପୂର୍ବ ବିଧାୟକ ମଦନମୋହନ ଦତ୍ତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହାପରେ ଶ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଭାଜପାର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ନେଇ ଏକ ଖୋଲା ଗାଡ଼ିରେ ପ୍ର·ର ଉଦେ୍ଦଶ୍ୟରେ ରୋଡ଼ ସୋରେ ବାହାରି ଥିଲେ । ଏହି ଶୋଭାଯାତ୍ରା ଚିଡ଼ିଆ ପୋଲଠାରୁ ଆରମ୍ଭ ହୋଇ ରାଣୀପାଟଣା, ଝାଡ଼େଶ୍ୱର ମନ୍ଦିର, ନୂଆ ବଜାର, ଅରଡବଜାର ହୋଇ ସହଦେବଖୁଣ୍ଟାଠାରେ ପହଞ୍ଚôଥିଲା । ସେଠାରୁ ଶୋଭାଯାତ୍ରା ଚାନ୍ଦମାରି ପଡ଼ିଆକୁ ଯାଇ ଶେଷ ହୋଇଥିଲା । ଏହି ଶୋଭାଯାତ୍ରା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ଶ୍ରୀ ପଣ୍ଡା ଓ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଏହି ଉପନିର୍ବାଚନରୁ ଅହଂକାରୀ ବିଜେଡ଼ି ଦଳର ପତନ ଆରମ୍ଭ ହେବ । ଶିକ୍ଷା ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା ବାଲେଶ୍ୱର ସାରା ଓଡ଼ିଶାକୁ ଏହି ନିର୍ବାଚନରୁ ଏକ ନୂଆ ବାର୍ତ୍ତା ଦେବ

Leave A Reply