Odisha news

ଇତିହାସରେ ପ୍ରଥମଥର : ସବୁଠୁ ମାହାଙ୍ଗା ଆମେରିକାର ରାଷ୍ଟ୍ରପତି ମତଦାନ

0

ନୂଆଦିଲ୍ଲୀ : ୨୦୨୦ ର ଆମେରିକା ରାଷ୍ଟ୍ରପତି ମତଦାନ ଇତିହାସର ଆଜି ପର୍ଯ୍ୟନ୍ତ ସବୁଠୁ ମାହାଙ୍ଗା ମତଦାନ ହେବାକୁ ଯାଉଛି l ଏହା ଗତ ରାଷ୍ଟ୍ରପତି ମତଦାନ ତୁଳନାରେ ଦୁଇଗୁଣ ଅଧିକ ମାହାଙ୍ଗା ଅଟେ l ଏକ ବିଶେଷଜ୍ଞ ଦଳଙ୍କ ଅନୁଧ୍ୟାନ ନୁସରେ ଜଣ ପଡିଛି ଯେ ଏହି ମତଦାନରେ ପାଖାପାଖି ୧୪ ବିଲିୟନ ଆମେରିକୀୟ ଡଲାର ଖର୍ଚ ହେବ l

ବର୍ତ୍ତମାନ ସୁଦ୍ଧା ଆମେରିକାରେ ହୋଇଥିବା ମତଦାନରେ ୧୧ ବିଲିୟନ ଡଲାର ଖର୍ଚ ହୋଇଛି ,କିନ୍ତୁ ଚଳିତ ବର୍ଷ ୧୧ ବିଲିୟନ ଡଲାରକୁ ଅତିକ୍ରମ ହୋଇସାରିଲାଣି l ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପଦ ପାର୍ଥି ବିଡେନ ଇତିହାସରେ ପ୍ରଥମ ଏପରି ବ୍ୟକ୍ତି ଯିଏକି ଡୋନର୍ସ ମାନଙ୍କ ପାଖରୁ ଏକ ବିଲିୟନ ଡଲାରର ରାଶି ହାସଲ କରିବେ l ଯାହାକୁ ନେଇ ତାଙ୍କ ପାର୍ଟିର ଉତ୍ସାହ ବଢି ଚାଲିଛି l

ରାଷ୍ଟ୍ରପତି ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ୫୯୬ ମିଲିୟନ ଡଲାର ପାଇଛନ୍ତି l ଏହି କରୋନା ମହାମାରୀ ସମୟରେ ଅଧିକାଂଶ ଡୋନର ଅଧିକ ରାଶି ଦେଉଛନ୍ତି l ସାଧାରଣ ବ୍ୟକ୍ତିମାନେ କମ ରାଶି ପ୍ରଦାନ କରୁଛନ୍ତି l ୨୦୧୬ ତୁଳନାରେ ୨୦୨୦ ର ମତଦାନ ଅଧିକ ମାହାଙ୍ଗା ହୋଇଛି l ରିସର୍ଚ ଗ୍ରୁପଙ୍କ ଅନୁସାରେ ଧନୀ ରାଷ୍ଟ୍ରଙ୍କ ସମୂହ ଖର୍ଚ କାରଣରୁ ମଧ୍ୟ ମତଦାନର ଡୋନର ବଢି ଯାଇଛନ୍ତି l କେବଳ ଅକ୍ଟୋବର ମାସରେ ଧନୀ ସମୂହ ମାନେ ଦେଇଥିବା ରାଶି ହେଲା ୧.୨ ବିଲିୟନ ଡଲାର l

Leave A Reply