କୋଣାର୍କ : ଦୁର୍ନୀତି ନିବାରଣ ଦିବସ ଉପଲକ୍ଷେ କୋଣାର୍କ ବନାଞ୍ଚଳ ପକ୍ଷରୁ ବନାଧିକାରୀ ବେଣୁଧର ବେହେରା ନିଜ ବନ କର୍ମଚାରୀ ମାନଙ୍କୁ ଦୁର୍ନୀତି ନ କରିବା ଓ ନିଷ୍ଠାର ସହ ନିଜର କାର୍ଯ୍ୟ ସମ୍ପାଦନା କରିବାକୁ ଶପଥ ପାଠ କରାଇଥିଲେ।
ଯେଉଁ ଉଦ୍ୟଶ ନେଇ ଆମ୍ଭମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ,ସେହିପରି ଭାବେ ନିଜର କର୍ତ୍ତବ୍ୟ ସତ ନିଷ୍ଠାର ସହ ବିଭାଗରେ କାର୍ଯ୍ୟ କରିବା ଓ କୌଣସି ଅର୍ଥ ଲାଳସା ର ବଶବର୍ତ୍ତୀ ନ ହୋଇ ନିଜର କର୍ତ୍ତବ୍ୟ ଚାକିରୀ ଜୀବନରେ ଉଚିତ ମାର୍ଗ କରି ସେବା କରିବାକୁ ବନାଧିକାରୀ ଶ୍ରୀ ବେହେରା ତାଙ୍କର ସବୁ କର୍ମଚାରୀ ମାନଙ୍କୁ ଇଶ୍ୱର ଙ୍କ ନାମରେ ଶପଥ ପାଠ କରାଇଥିଲେ।କୋଣାର୍କ ବନବିଭାଗ ରେ ଯେପରି କୋୖଣସି ଦୁର୍ନୀତି ନ ପଶେ ସେଥି ପ୍ରତି ଦାଇତ୍ୱ ସହକାରେ କାର୍ଯ୍ୟ ସବୁ କର୍ମଚାରୀ ମାନେ କରିବାକୁ ସେ ପରାମର୍ଶ ଦେଇଥିଲେ।