Odisha news

ଗର୍ଭବତୀ ସୁଭଦ୍ରାଙ୍କୁ କାଦୁଅରେ ପସି ଆଣିଲେ ଫାର୍ମାସିଷ୍ଟ

0

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ କେରୁଆପାଳ ଗ୍ରାମର ସୁଭଦ୍ରା ଯେନା(୨୨) ଶୁକ୍ରବାର ଭୋର ସମୟରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାକ୍ଷଣି ସରକାରୀ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା । ରାଜନଗର-ତାଳଚୁଆ ପୂର୍ତ୍ତରାସ୍ତାର ନଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ଉଭୟପଟ ରାସ୍ତା ଖରାପ ଥିବାରୁ ସୁଭଦ୍ରାକୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ କିଛି ବାଟ ଯିବା ପରେ ବାଟରେ ଅଟକିଯାଇଥିଲା ।

ଯାହାଫଳରେ ୧୦୮ ବୋଟ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା । ୧୦୮ ବୋଟ ଆମ୍ବୁଲାନ୍ସ ରଙ୍ଗଣୀ ପଞ୍ଚାୟତର କୋଠିଘାଟ ନିକଟରେ ଯାଇ ପହଁଞ୍ଚି ଥିଲା । ନଦୀର ଜଳ ସ୍ତର କମିଯାଇଥିବାରୁ ରାସ୍ତା ଠାରୁ ୨୦୦ଫୁଟ ଦୂରରେ ବୋଟ ଆମ୍ବୁଲାନ୍ସ ଅଟକି ରହିଥିଲା । ଏହି ନଦୀଟି କୁମ୍ଭୀରିଆ ନଦୀ ହୋଇଥିବାରୁ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ କାଦୁଅରେ ପସି ବୋଟ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମଣିଷ ପଣିଆ ଦେଖାଇ ରାସ୍ତା ନିକଟକୁ ଯାଇ ଷ୍ଟ୍ରେଚର ସାହାଯ୍ୟରେ ୧୦୮ବୋଟ ଆମ୍ବୁଲାନ୍ସ ମଧ୍ୟକୁ ସୁଭଦ୍ରାଙ୍କୁ ଆଣିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା କରିସାରିବା ପରେ ୧୦୮ଆମ୍ବୁଲାନ୍ସରେ ଅଧିକ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ବୋଟ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଦିବ୍ୟସୁନ୍ଦର ଯେନା ଙ୍କ ଏପରି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । ନଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତାର ମରାମତି ପାଇଁ ରାଜନଗର ପଞ୍ଚାୟତ ସମିତି ପ୍ରାକ୍ତନ ଉପାଧ୍ୟକ୍ଷ ସୁଦର୍ଶନ ଦାସ,ସରପଞ୍ଚ ରତିକାନ୍ତ ଦଳେଇ,ବରିଷ୍ଠ ନାଗରିକ ଉପେନ୍ଦ୍ର ସ୍ବାଇଁ, ଯୁବନେତା ରବି ସିଂ,ଗଣେଷ ଗୁଡିଆ,ତପନ ମଣ୍ଡଳ ଓ ଅଞ୍ଚଳବାସୀ ଦାବି କରିଛନ୍ତ ।

Leave A Reply