ବିରିଡି ; ତିର୍ତୋଲ ଉପନିର୍ବାଚନୀ ପରିପେକ୍ଷିରେ ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ଦିନ ବିରିଡି ବ୍ଲକରେ ଦମଦାର ପ୍ରଚାର କରାଯାଇଥିଲା । ବିଜେଡି ଦଳରୁ ପାର୍ଥୀ ହୋଇଥିବା ବିଜୟ ଶ୮୍କର ଦାସଙ୍କୁ ସାଥିରେ ଧରି ବିଜେଡିର ଷ୍ଟାର ପ୍ରଚାରକ ତଥା ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ବିଜେଡି ନେତା ରମାକାନ୍ତ ଭୋଇ, ବାଙ୍କିର ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା ପ୍ରମୁଖ ପ୍ରଚାରକୁ ଜୋରଦାର କରିବା ସହ ଶଙ୍ଖପୁର, ଦରଡାଗ୍ରାମ, ଉତରଶାସନ, ବତୀମିରା, ହାଜିପୁର ପଂଚାୟତ ସମେତ ଅନ୍ୟ କେତେକ ପଂଚାୟତର ବିଭିନ୍ନ ସାହି ବସ୍ତିକୁ ରୋଡ ସୋ ରେ ଯାଇ ଭୋଟ ଭିକ୍ଷା କରିଥିଲେ ।
ଏହି ରୋଡ ସୋ ସମୟରେ ଅନେକ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ସାଂସଦ ଡା ମଲ୍ଲିକ ରାଜ୍ୟର ବିକାଶରେ ବିଜୁ ଜନତା ଦଳ ମୁଖ୍ୟ ଭୂମିକା ଗ୍ରହଣ କରିଛି ତେଣୁ ରାଜ୍ୟକୁ ଆହୁରୀ ଉନ୍ନତି ପଥକୁ ନେବା ପାଇଁ ବିଜୟ ଶଙ୍କରଙ୍କୁ ସଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ସହ ମୁଖ୍ୟ ମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।
ଏହି ପ୍ରଚାର କାର୍ଯ୍ୟକ୍ରମରେ ବ୍ଲକ ସଭାପତି ରବିନ୍ଦ୍ର ନାଥ ରାଉଳ, ବରିଷ୍ଠ ବିଜେଡି ନେତା ରବି ନାରାୟଣ ଜେନା, ସାରଦା ପ୍ରସାଦ ସାହୁ, ପବିତ୍ର ପଶାୟତ, ବିଧାନ ଚନ୍ଦ୍ର ଜେନା, ନୃଶିଂହ କୁମାର ଦାଶ, ନେତ୍ରାନନ୍ଦ ପାତ୍ର ପ୍ରମୁଖ ସାମିଲ ହୋଇଥରବା ବେଳେ ଗୌରାଙ୍କ ପଟ୍ଟନାୟକ, ଧନଂଜୟ ମହାପାତ୍ର, ଦିବାକର ସାହୁ, ବିଶ୍ୱ ରଂଜନ କର, ପ୍ରଦିପ୍ତ ବେଉରା, ଅକ୍ଷୟ ବ୍ରହ୍ମା, ପୀତାମ୍ବର ମହାପାତ୍ର, ବିଭୂ ପ୍ରସାଦ ଦାଶ, ବିଷ୍ଣୁ ଚରଣ ଲେଙ୍କା, ସ୍ୱର୍ଣ୍ଣଲତା ସେଠୀ, ଗଣେଶ୍ୱର ସ୍ୱାଇଁ ଓ ଅନ୍ୟମାନେ ସଂଚାଳନ କରିଥିଲେ ।