Odisha news

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶିତ,ପାସହାର ୯୬.୪ପ୍ରତିଶତ,ବିନୋଦ କୁମାର ଜେନା କଲେଜ ଟପ୍ପର

0

କେନ୍ଦ୍ରାପଡା (Rabindra Dash) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର ବିନୋଦ କୁମାର ଜେନା କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗର ଶିକ୍ଷା ସମ୍ମାନର ଛାତ୍ରୀ ଅସୀମା ପାତ୍ର କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ର ସୁଧାଂଶୁ ଶେଖର ବରାଳ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ର ବିନୋଦ ୯୧.୬ ପ୍ରତିଶତ ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ରୀ ଅସୀମା ୮୩.୬ ପ୍ରତିଶତ ଓ ବାଣିଜ୍ୟ ବିଭାଗ ଛାତ୍ର ସୁଧାଂଶୁ ୮୦.୮ ପ୍ରତିଶତ ମାର୍କ ରଖିଛନ୍ତି ।

ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ଏକ ନିରାଡମ୍ବର ଉସôବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୯୮ପ୍ରତିଶତ,ବାଣିଜ୍ୟରେ ୯୭ପ୍ରତିଶତ ଓ ବିଜ୍ଞାନରେ ୯୫ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । କଳାରେ ୨୬୬ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୨୨୫ଜଣ ପରୀକ୍ଷା ଦେଇଥିଲେ ।

୪୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୪୬ଜଣ,ପ୍ରଥମଶ୍ରେଣୀରେ ୪୮ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୨୪ଜଣ ପାସ କରିଥିବା ବେଳେ ମୋଟ ୨୧୮ଜଣ ପାସ କରିଛନ୍ତି ଓ ୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୪୪ଜଣ ଛାତ୍ର ଥିବା ବେଳେ ୧୭୪ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୨୬୪ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୩୯ଜଣ ପରୀକ୍ଷା ଦେଇଥିଲେ । ୨୫ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୫୫ଜଣ, ପ୍ରଥମଶ୍ରେଣୀରେ ୭୦ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୪ଜଣ ପାସ କରିଥିବା ବେଳେ ମୋଟ ୨୨୯ଜଣ ପାସ କରିଛନ୍ତି ଓ ୧୦ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୨୫ଜଣ ଛାତ୍ର ଥିବା ବେଳେ ୧୦୪ଜଣ ଛାତ୍ରୀ ଅଛନ୍ତି ।

ସେହିଭଳି ବାଣିଜ୍ୟ ବିଭାଗରେ ୨୬୧ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୪୩ଜଣ ପରୀକ୍ଷା ଦେଇଥିଲେ । ୧୮ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୨୩ଜଣ, ପ୍ରଥମଶ୍ରେଣୀରେ ୩୪ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୭୮ଜଣ ପାସ କରିଥିବା ବେଳେ ମୋଟ ୨୩୫ଜଣ ପାସ କରିଛନ୍ତି ଓ ୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୧୯୬ଜଣ ଛାତ୍ର ଥିବା ବେଳେ ୩୯ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୭୯୧ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ ୭୦୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୬୮୨ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ।

କଲେଜର ପାସହାର ୯୬.୪ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୩୬୫ଜଣ ଛାତ୍ର ଥିବା ବେଳେ ୩୧୭ଜଣ ଛାତ୍ରୀ ଅଛନ୍ତି । ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉସôବରେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ରାମଚନ୍ଦ୍ର ପାତ୍ର, ସହକାରୀ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ମନୋଜ କୁମାର ମିଶ୍ର, ବିଶ୍ୱରଞ୍ଜନ ପୁହାଣ, ରମାନାଥ ମହାନ୍ତି, କଲେଜ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଅନ୍ନପୂର୍ଣ୍ଣା ସୁଆର, ସେକ ସାହାବୁଦ୍ଦିନ, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ ଓ ଗୈାରପ୍ରସାଦ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply