ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ମତଦାନ ପାଇଁ ରାଲି ସରଗରମ ହେବାରେ ଲାଗିଛି ,ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ତିପାଣି କରି ଆଲୋଚିତ ହୋଇଛନ୍ତି l ଭାରତକୁ ନେଇ ଟ୍ରମ୍ପ ତିପାଣି ଦେଇଛନ୍ତି ଯେ ପ୍ୟାରିସରେ ଜଳବାୟୁ ପରିବର୍ତନ ସମଝତାରୁ ହଟିବl କାରଣରୁ ନିଜକୁ ବଞ୍ଚାଇବାକୁ ଯାଇ ଟ୍ରମ୍ପ ଭାରତକୁ ଦୋଷ ଦେଇଛନ୍ତି l ଏହା ପରେ ଟ୍ୱିଟର ଆକାଉଣ୍ଡର #ହାଓ ଡି ମୋଦି ସହିତ ୟୁଜର୍ସ ଓ ଅନ୍ୟ ବିପକ୍ଷ ନେତା ମାନେ ସରକାରଙ୍କର ଆଲୋଚନା କରିଛନ୍ତି l ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ ଯେ ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିବା ବେଳେ ଗୋଟିଏ ରାଲିରେ ହ୍ୟୁସଷ୍ଟାନ ସହରର ଏହି କାର୍ଯ୍ୟ କ୍ରମକୁ ହାଓଡି ମୋଦି ନାମ ଦିଆଯାଇଥିଲା l
ଲୋକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି –
କିଛି ଲୋକ ଯେଉଁଠାରେ ଭାରତର ବାୟୁ ପ୍ରଦୂଷଣର ସମସ୍ୟାକୁ ସ୍ୱୀକାର କରିଛନ୍ତି ,ସେଠାରେ କିଛି ଅନ୍ୟ ଲୋକ ଟ୍ରମ୍ପଙ୍କ ସହିତ ମୋଦିଙ୍କ ମିତ୍ରତା ଓ ଗତବର୍ଷ ଆମେରିକାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ହାଓଡି ମୋଦିକୁ ନେଇ ଅକ୍ଷପ କରିଛନ୍ତି l କିଛି ଲୋକ ସହରରେ ହେଉଥିବା ପ୍ରଦୂଷଣର ଫଟୋକୁ ନେଇ ଲେଖିଛନ୍ତି ଟ୍ରମ୍ପ ଭୁଲ ନୁହନ୍ତି l ସେ ରାଜଧାନୀ ଦିଲ୍ଲୀ ଓ ନିକଟରେ ପ୍ରଦୂଷଣ ସ୍ତରକୁ ତିଆରି କରିଥିବା ଆପ ଓ ଆମେରିକାରେ ପ୍ରଦୂଷଣ କରିଥିବା ଏହି ଭଳି ଆପର ସ୍କ୍ରିନସଟ ଜାରି କରିଛନ୍ତି l ଏଥିରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୫୬୭ ଥିଲା ,ଯେବେକି ୱାସିଂଟନର ୨୫ ଥିଲା l ସେ ଲେଖିଛନ୍ତି ଯେ କେବଳ ପ୍ରଦୂଷଣ ରହିତ ଦୀପାବଳୀର ଜ୍ଞାନଦେବା ଆବଶ୍ୟକ ନାହିଁ l
କେନ୍ଦ୍ର ସରକାରଙ୍କ ଉପରେ ଅକ୍ଷପ କରି କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କର ଭାରତର ଜଳବାୟୁକୁ ଆଲୋଚନା କରିବା ହାଓଡି ମୋଦି କାର୍ଯ୍ୟକ୍ରମର ପରିଣାମ ଅଟେ l ଶିବଲ ଟ୍ୱିଟ କରି ଲେଖିଛନ୍ତି ,ଟ୍ରମ୍ପଙ୍କ ସହିତ ମିତ୍ରତାର ଲାଭ ଭାରତରେ କରୋନାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ,ଭାରତର ଜଳବାୟୁ ଖରପ ଅଟେ l ହାଓଡି ମୋଦିର ପରିଣାମ ଏହା ସବୁ ଅଟେ l ସେ ଆଗକୁ ଲେଖିଛନ୍ତି ଗତବର୍ଷ ସେପ୍ଟମ୍ବର ମାସରେ ଆମେରିକା ଯାତ୍ରାର ଭଲ ପରିଣାମ ଆଗକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା କହିଥିଲେ କିନ୍ତୁ ଟ୍ରମ୍ପ ଭାରତରେ କୋଭିଡି ମୃତ୍ୟୁକୁ ନେଇ ଆଲୋଚନା କରୁଛନ୍ତି l