Odisha news

ନର୍ଲା ବିଧାୟକଙ୍କ ଦ୍ଵାରା ବଜାର ଗୃହ ଓ ଗୋଦାମ ଗୃହ ଉଦଘାଟିତ

0
ନର୍ଲା(ଦୀପକ କୁମାର ଠାକୁର) ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତର ସାନ୍ଦୁଲ ବ୍ରିଜ ନିକଟରେ ନବନିର୍ମିତ ବଜାର ଗୃହ ଓ ଗୋଦାମ ଗୃହର ଉଦଘାଟନ ହୋଇଯାଇଛି। ନର୍ଲା ବିଧାୟକ ଭୂପିନ୍ଦର ସିଂ ଏହି ଗୃହ ଦ୍ଵୟକୁ ଉଦଘାଟନ କରିଥିଲେ। ପୁଣି ଖୁବ ଶୀଘ୍ର ସର୍ଗିଗୁଡା ଖେଳ ପଡିଆକୁ ରାସ୍ତା ଓ କଲ୍ୟାଣ ମଣ୍ଡପ ନିର୍ମାଣ ହେବ ବୋଲି ନର୍ଲା ବିଧାୟକ କହିଥିଲେ।
ଏଥିରେ ନର୍ଲା ଏବିଡିଓ,ନର୍ଲା ତହସିଲଦାର ମାନସରଂଜନ ତ୍ରିପାଠୀ,ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ବିଶ୍ଵାଳ, ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ ନାଏକ,ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ, ଶିଳ୍ପପତି ବିମଲ କୁମାର କେଡିଆ,ବିଜୁ ଜନତା ଦଳର ବ୍ଳକ ସଭାପତି ପରେଶ ପ୍ରଧାନ, ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର, ପୂର୍ବତନ ସର୍ଗିଗୁଡା ସରପଞ୍ଚ ହମେଶ ଜୈନ,ନନ୍ଦ କିଶୋର ଜେନା, ଗ୍ରାମ ପଞ୍ଚାୟତ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ସହ ପଞ୍ଚାୟତ ବାସୀ ଓ ବିଜୁ ଜନତା ଦଳର କର୍ମୀ ସମୂହ ଉପସ୍ଥିତ ଥିଲେ।
Nalco
Leave A Reply