Odisha news

ବିପିଏମଙ୍କ ମହିଳା ମହାସଂଘ ପୁନର୍ଗଠନ ନିଦେ୍ର୍ଦଶକୁ ବିରୋଧ

0

ତିହିଡି,୨୧/୧୦(Jadumani Panigrahi) : : ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ମାତୃଶକ୍ତି ମହିଳା ମହାସଂଘ ପୁନର୍ଗଠନ ନିଦେ୍ର୍ଦଶକୁ ସଂଘ ପକ୍ଷରୁ ତିବ୍ର ବିରୋଧ କରାଯାଇଛି । ଓଡିଶା ଜୀବିକା ମିଶନର ବିପିଏମ୍ଙ୍କ ଦୁର୍ନୀତି ଓ ମନମୁଖି କାର୍ଯ୍ୟକୁ ମାତୃଶକ୍ତି ମହିଳା ମହାସଂଘ ଲୋକଲୋଚନକୁ ଆଣିବା ପରେ ବିପିଏମ୍ ମହାଶୟ ଆକ୍ରୋଶ ମୂଳକ ଭାବେ ମହାସଂଘକୁ ଭାଙ୍ଗି ଏହାକୁ ପୁନର୍ଗଠନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଗତ ୧୫ ତାରିଖ ଦିନ ବିପିଏମ ମହାଶୟା କୋଭିଡ ନିୟମକୁ ବେଖାତିର କରି ସୟା ମହାଦେବ ସାହିରେ ବହଷ୍କୃତ ଏମବିକେଙ୍କ ସହିତ ସଂଘ ବିରୋଧରେ ମହିଳା ମାନଙ୍କ ଏକତ୍ରିତ କରିବା, କୃଷି ଯନ୍ତ୍ରପାତି ଓ ପାୱାରଟେଲର କିଣାରେ ସବସିଡ ଟଙ୍କା ହେରଫେର କରିବା, ଡିସେମ୍ବର ୧୯ ଯାଏଁ ବେଆଇନ ଭାବେ ସଂଘର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ ରଖି ସଂଘକୁ ଆସୁଥିବା ସରକାରୀ ଅନୁଦାନରୁ ବଞ୍ଚିତ କରିବା, ଅନ୍ୟ ସବୁ ପଞ୍ଚାୟତକୁ ବାଦ ଦେଇ କରୋନା ସମୟରେ କେବଳ ସୟା ପଞ୍ଚାୟତର ମହିଳା ମହାସଂଘ ଗଠନ କରିବାକୁ ନିଦେ୍ର୍ଦଶ ଦେବା, ସିଆରପି, ସଂଘର ସଭାନେତ୍ରୀ ଓ ସଂପାଦିକାଙ୍କ ସ୍ୱାକ୍ଷର ନଥାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ କରାଇବା, ଆଞ୍ଚଳିକ ମଞ୍ଚର ଗଠନ ନକରି ମହାସଂଘ ଗଠନ କରିବାକୁ ନିଦେ୍ର୍ଦଶ ଦେବା, କୋଭିଡ ନିୟମକୁ ଉଲ୍ଲଘଂନ କରି ୩ଶହରୁ ଉଦ୍ଧ୍ୱର୍ ମହିଳାଙ୍କୁ ଏକତ୍ରିତ କରି ମହାସଂଘ ଗଠନ କରିବାକୁ ନିଦେ୍ର୍ଦଶ ଦେବା ଓ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କୋଭିଡ ନିୟମକୁ ଉଲ୍ଲଘଂନ କରିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ୫ ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯିବା ଆଦି ଘଟଣାକୁ ମାତୃଶକ୍ତି ମହିଳା ମହାସଂଘ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ନେତ୍ରୀ ମାନଙ୍କୁ ୧୧ ମାସ ସମୟ ଦେବା, ବ୍ୟାଙ୍କ ଆକାଉଣ୍ଟକୁ ସଚଳ ପୂର୍ବକ ଋଣ କାରବାର ବିପିଏମଙ୍କ ଦ୍ୱାରା ବନ୍ଦ କରାଯାିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଂଘ ଟଙ୍କା ଆଦାୟକ କରିବା ବ୍ୟାଙ୍କ ଋଣ ଆଣିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନୁମତି ପ୍ରଦାନ କରିବା, ସରକାରୀ ଅନୁଦାନ ଆସିବା ପରେ ମହାସଂଘ ପୁନର୍ଗଠନ କରିବା ଓ ବିପି,ମଙ୍କୁ ନିଲମ୍ବିତ କରିବାକୁ ମହିଳା ମହାସଂଘ ଦାବି କରିବା ସହ ଏଥିରେ ଖଲଶପ ହେଲେ ମହାସଂଘ କୋର୍ଟର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି । ସଂଘର ସଭାନେତ୍ରୀ ନିରୁପମା ଦାସ, ଜୟନ୍ତୀ ନାୟକ, କୋଷାଧ୍ୟକ୍ଷ ସୁରତି ମହାପାତ୍ର, ମଲ୍ଲିରାଣୀ ମାଝି, ଜେମାମଣି ପୃଷ୍ଠି, ସୁବାସିନୀ ଦାସ, ପ୍ରତିମା ମହାଳିକ, ଶାନ୍ତିଲତା ନାୟକ ଓ ସୁଷମା ପାତ୍ର ପ୍ରମୁଖ ଏହି ମର୍ମରେ ବିଡିଓଙ୍କ ସମେତ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଜୀବନ ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଜିଲାପାଳ ଓ ଜିଲା ପ୍ରକଳ୍ପ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply