Odisha news

ପୁଣି ଲଘୁଚାପ ବର୍ଷା : 15 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ I ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓ ଉତ୍ତର ଉପକୂଳବର୍ତ୍ତୀ 15 ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିରୁ 9 ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ I

ଭାରତୀୟ ପାଣିପାଗ ବିଭାଗ କହିଛି ଯେ,  ବଙ୍ଗୋପସାଗରର ମଧ୍ୟଭାଗରେ ଅକ୍ଟୋବର ୧୯ରେ ଏକ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟରେ ନଅ ଜିଲ୍ଲା ପାଇଁ ଅତି ପ୍ରବଳ ବର୍ଷା ହେବ ବୋଲି  ସୂଚନା ଜାରି ହୋଇଛି । ହେଲେ ପନ୍ଦର ଜିଲ୍ଲାରେ ପ୍ରବଳ ବର୍ଷା ସତର୍କ ସୂଚନା ଦିଆଯାଇଛି I ସେହି ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ନୟାଗଡ଼, କୋରାପୁଟ, ମାଲକାନିଗିରି, ରାୟଗଡା ଓ କନ୍ଧମାଳ I ସମୁଦ୍ରରେ ପବନର ବେଗ ଘଣ୍ଟା ପ୍ରତି  ୪୦-୫୦ କିମି ରହିବ I ତେଣୁ ଅକ୍ଟୋବର ୧୯ରୁ ୨୧ ମଧ୍ୟରେ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ପ୍ରବେଶ ନକରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଆଇଏମଡି ରିପୋର୍ଟ ଆଧାରରେ ଉପକୂଳବର୍ତ୍ତୀ ଜିଲ୍ଲା ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି I ସେ ଜିଲ୍ଲାପାଳଙ୍କୁ ଚିଠି ଦେଇ କହିଛନ୍ତି ଯେ,  ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ମାନଙ୍କରେ ଭୂସ୍ଖଳନ ତଥା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।ତେଣୁ ଜିଲ୍ଳାପାଳମାନେ ଆଗୁଆ ଯୋଜନା ସହ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ରହିବା ଜରୁରୀ I

Leave A Reply