Odisha news

ପୁଣି ଗୋରୁ ଚାଲାଣ : ପୁଲିସ ଦ୍ୱାରା ଗୋରୁଗାଡ଼ି ଜବଦ୍ , ୨ ଗିରଫ

0

ନୀଳଗିରି : ସକାଳ ସମୟରେ ଓଡ଼ି୦୧ଏମ୍-୩୪୯୭ ନମ୍ବର ବିଶିଷ୍ଟ ଟାଟା ଏସି ପିକ୍ଅପ୍ରେ ୩ଟି ଗୋରୁଙ୍କୁ ଭାଲୁକାଶୁଣୀ ଅଞ୍ଚଳରୁ ନୀଳଗିରିକୁ ଅଣାଯାଉଥିଲା । ଖବରପାଇ ନୀଳଗିରି ଥାନା ସବ୍ ଇନ୍ସ୍ପେକ୍ଟର ବାସୁଦେବ ଜୟସିଂ ନୀଳଗିରି ବସ୍ଷ୍ଟାଣ୍ଡ ନିକଟରେ ଗାଡ଼ିଟିକୁ ଧରିବା ସହ ଗାଡ଼ିରେଥିବା ଡ୍ରାଇଭର ରଘୁନାଥ ସିଂ ଓ ଗୋରୁ ବେପାରୀ କାହାଳିଆ ଗ୍ରାମର ଯିତେନ୍ଦ୍ର ବାରିକଙ୍କୁ ଥାନାରେ ଅଟକ ରଖିଥିଲେ ।

ଜବଦ୍ ହୋଇଥିବା ୩ଟି ଗୋରୁଙ୍କୁ ବାମପଦାସ୍ଥିତ ଗୋଶାଳାରେ ଛଡ଼ାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସବ୍ ଇନ୍ସପେକ୍ଟର ସସ୍ମିତା ମଲ୍ଲିକ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ରଘୁନାଥ ସିଂ ଓ ଯିତେନ୍ଦ୍ର ବାରିକଙ୍କ ବିରୋଧରେ ଥାନାରେ କେସ୍ ନଂ ୩୫୦/୨୦୨୦ ମୂଳେ ଏକ ମମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

IEC 2 years
Leave A Reply