ଇସ୍ଲାମଵାଦ : FATF ର ଗ୍ରେ ଲିଷ୍ଟରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିବା ପାକିସ୍ତାନକୁ ଶକ୍ତ ଝଟକା ମିଳିଛି l ଆତଙ୍କୀ ଫଣ୍ଡିଙ୍ଗ ଓ ମାନିଲଣ୍ଡ୍ରଇଂ ଉପରେ ଲଗାମ ଲଗାଇବାରେ ପାକିସ୍ତାନ ନାକମ ହୋଇଛି l ତେଣୁ FATF ର ଏସିଆ ପେସିଫିକ ଗ୍ରୁପ ପାକିସ୍ତାନକୁ Enhanced follow-up ତାଲିକାରେ ରଖିଛି l
ଏସିଆ ପେସିଫିକ ଗ୍ରୁପ ଏହି ଫିସଲାକୁ ନେଇ ଗ୍ରେ ଲିଷ୍ଟରୁ ବାହାରିବତ କଷ୍ଟକର ତାଉପରେ ବ୍ଲାକ ଲିଷ୍ଟର ବିପଦ ମଧ୍ୟ ଘୁରି ବୁଲୁଛି l ପାକିସ୍ତାନ ଖବରକାଗଜ ଡ଼ନ୍ ଅନୁସାରେ ଟେରର ଫଣ୍ଡିଙ୍ଗ ଓ ମାନିଲଣ୍ଡ୍ରଇଂକୁ ମୂଳପୋଛ କରିବା ପାଇଁ FATF ର ନିୟମକୁ ପାକିସ୍ତାନକୁ ମାନିବାକୁ ପଡିବ l ଏହାକୁ ଆଧାର କରି ପାକିସ୍ତାନ ବର୍ତ୍ତମାନ ଚିନ୍ତାରେ ରହିଛି l
ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ FATF ପକ୍ଷରୁ କରାଯାଇଥିବା ୪୦ ଟି ନିର୍ଦେଶ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଟି ରେ ପ୍ରଗତି କରିଛି l ନିର୍ଦେଶ ଗୁଡିକୁ ପୁରା କରିବା ପାଇଁ ପାକିସ୍ତାନ ସରକାର ସୁସ୍ଥି ଦେଖାଇଛନ୍ତି l ପାକିସ୍ତାନ ନିଜ ଦେଶର ଆତଙ୍କବାଦକୁ ବଢାଵ ଦେବାପାଇଁ ସବୁବେଳେ ଚେଷ୍ଟା କରି ଚାଲିଛି l
ଚଳିତ ମାସ ଅକ୍ଟୋବର ୨୧ ରୁ ୨୩ ମଧ୍ୟରେ ସମୀକ୍ଷା ବୈଠକ ହେବ l ଏହି ବୈଠକରେ ନିର୍ଧାରଣ କରାଯିବକି ପାକିସ୍ତାନକୁ ବ୍ଲାକ ଲିଷ୍ଟରେ ରଖାଯିବକି ନାହିଁ l ଏହି ବୈଠକଟି ଅତ୍ୟନ୍ତ ମହତ୍ଵପୁର୍ଣ ହୋଇଥିବା ହେତୁ ଏସିଆ ସ୍ପେସିଫିକ ଗ୍ରୁପର ଫଇସଲା ପାକିସ୍ତାନ ଉପରେ ଭାରି ପଡିପାରେ l ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବାତ ନିଶ୍ଚିନ୍ତ ,କିନ୍ତୁ ତା ମୁଣ୍ଡ ଉପରେ ବ୍ଲାକ ଲିଷ୍ଟର ବିପଦ ମଧ୍ୟ ଘୁରି ବୁଲୁଛି l