କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : କରୋନା ମହାମାରୀ ପ୍ରଭାବ ଏଯାବତ୍ ଲୋପ ପାଇ ନଥିବା ବେଳେ ରାଜ୍ୟ ତଥା ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗଂଜାମ ଜିଲ୍ଲାରେ ସ୍ଥିତି ସୁଧୁରୁ ଥିବା ବେଳେ କୋଭିଡ୍ ପାଇଁ କଟକଣା ମଧ୍ୟ ବଳବତ୍ତର ରହିଛି। ଏଭଳି ସମୟରେ ମାସ୍କ ପରିଧାନ କରିବା ପାଇଁ ବାଧ୍ଯତା ମୂଳକ କରାଯାଉଛି।
ଏନେଇ ବାରମ୍ବାର ସଚେତନତା ସତ୍ତ୍ବେ ବି ଲୋକେ ସଚେତନ ହେଉନଥିବା ନଜରକୁ ଆସୁଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ପୋଲିସ ଫାଣ୍ଡି ପକ୍ଷରୁ ରବିବାର ଫାଣ୍ଡି ସମ୍ମୁଖରେ ଯାନବାହାନ ଗୁଡିକୁ ଅଟକାଇ ମାକ୍ସ ପିନ୍ଧି ନଥିବା ବ୍ଯକ୍ତି ମାନଙ୍କୁ ତାଗିଦ୍ ସହ ଜୋରିମାନା ଆଦାୟ ମଧ୍ୟ କରାଯାଇଛି। ତେବେ ପୋଲିସ ଆଖିରେ ଧୂଳି ଦେଇ କିଛି ବ୍ଯକ୍ତି ବାଇପାସ୍ ରାସ୍ତାରେ ଲୁଚିକରି ଚାଲିଯାଉଥିବା ନଜରକୁ ଆସିଥିଲା। ବେଗୁନିଆପଡ଼ା ବ୍ଳକ ପୁରା ସଂକ୍ରମଣ ମୁକ୍ତ ହୋଇ ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ କୋଭିଡ୍ ନିୟମକୁ ମାନିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।