ତାଳଚେର:ସୋମ ହସ୍ପିଟାଲ ଦ୍ୱାରା ପରିଚାଳିତ ତାଳଚେର କୋଭିଡ ହସ୍ପିଟାଲ ରୁ ରୋଗୀ ଗାଏବ ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଖବରରୁ ପ୍ରକାଶ ସ୍ଥାନୀୟ ଘଣ୍ଟପଡ଼ା ଗ୍ରାମର ମହରଗା ନାଏକ (୭୦) ବର୍ଷ ଗତ ୩୦/୦୯/୨୦୨୦ ରେ କୋରାନା ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଗତ ୭/୧୦/୨୦୨୦ ରିଖ ରେ ଶ୍ରୀ ନାଏକ ଙ୍କୁ ହସ୍ପିଟାଲ ରୁ ମୁକ୍ତ କରାଯାଇଥିଲା ମାତ୍ର ତାଙ୍କ ପରିବାର ଲୋକ ହସ୍ପିଟାଲ ବାହାରେ ଶ୍ରୀ ମହରଗା ଙ୍କୁ ନେବା ପାଇଁ ଅପେକ୍ଷା ରେ ଥିଲେ କିନ୍ତୁ ମହରଗା ତାଙ୍କ ପାଖରେ ନ ପହଂଚିବାରୁ ବ୍ୟସ୍ତ ହୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ।
କର୍ତ୍ତୃପକ୍ଷ ଜାଣିଲା ପରେ ତାଙ୍କ ପୁଅଙ୍କୁ ଖୋଜିବା ପାଇଁ ହସ୍ପିଟାଲ ଭିତରକୁ କେଵଳ ମାସ୍କ ପିନ୍ଧାଇ ପଠାଇଲେ ହେଲେ ମିଳିଲେ ନାହିଁ ତାଙ୍କ ବାପା।ତେଣୁ ମହରଗା ଙ୍କ ପରିବାର ଲୋକ ସ୍ଥାନୀୟ ସରପଞ୍ଚ ମନୋଜ ବେହେରା ଙ୍କୁ ଜଣାଇଥିଲେ। ଖବର ପାଇ ଶ୍ରୀ ବେହେରା କୋଭିଡ ହସ୍ପିଟାଲ ପରିଚାଳକ ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ କୌଣସି ସହଯୋଗ କରି ନଥିଲେ ।ପରେ ପରେ ଶ୍ରୀ ବେହେରା ସ୍ଥାନୀୟ ପୋଲିସ ,ଉପଜିଲ୍ଲାପାଳ ଓ ଅନୁଗୋଳ ଜିଲ୍ଲାପାଳ ଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ।
ଜିଲ୍ଲାପାଳ ସମ୍ପୂର୍ଣ୍ଣ ସହଯୋଗ ହାତ ବଢ଼ାଇ ଶ୍ରୀ ମୋହରଗା ନିଖୋଜ ଘଟଣାର ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି। ଏଘଟଣା ପ୍ରଚାରିତ ହେବାପରେ ସ୍ଥାନୀୟ ଜନସାଧାରଣ ଦୀର୍ଘ ସମୟଧରି ହସ୍ପିଟାଲ ବାହାରେ ବସି ରହିଥିଲେ,ରିପୋର୍ଟ ଲେଖାହେବା ବେଳକୁ ମଧ୍ୟ ଶ୍ରୀ ମହରାଗା ନାଏକ ଙ୍କର କୌଣସି ସୂଚନା ମିଳି ପାରିନାହିଁ ବୋଲି ସରପଞ୍ଚ,ଏବଂ ସ୍ଥାନୀୟ ଜନସାଧାରଣ ଙ୍କ ଠାରୁ ପ୍ରକାଶ। କୋଭିଡ ହସ୍ପିଟାଲର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିଭଳି ଜଣେ ୭୦ବର୍ଷୀୟ ବୃଦ୍ଧ ନିଖୋଜ ହୋଇଗଲେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ସମଗ୍ର ତାଳଚେର ଅଞ୍ଚଳରେ।