Odisha news

ଚେନ୍ନାଇ ପାଇଁ ଟାର୍ଗେଟ ୧୬୮

0

ଆବୁଧାବୀ,୭ା୧୦(ଏଜେନ୍ସି): ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ରାଇଡର୍ସ ଗତଥରର ଉପବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୬୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟରାଇଡର୍ସ ୨୦ ଓଭରରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଓପନର ରାହୁଲ ତ୍ରିପାଠୀ ୮୧ ରନ୍‌ର ଜମାଣିଆ ଇନିଂସ୍‌ ଖେଳିଥିଲେ । ଟସ୍‌ ଜିତି ନାଇଟ୍‌ ରାଇଡର୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାହୁଲ ତ୍ରିପାଠୀଙ୍କ ସହ ଶୁଭମନ ଗିଲ୍‌ ଇନିଂସ ଓପନ କରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍‌ ପାଇଁ ୩୭ ରନ୍‌ର ପାର୍ଟନରସିପ୍‌ ହୋଇଥିଲା । ଶୁଭମନ ୧୨ ବଲ୍‌ରୁ ୧୧ ରନ୍‌ କରି
ସର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ । ଓପନିଂ ଯୋଡି ଭାଙ୍ଗିବା ପରେ ନୀତିଶ ରାଣା ପଡ଼ିଆକୁ ଆସିଥିଲେ । ସେ ମଧ୍ୟ ୯ ରନ୍‌ କରି କର୍ଣ୍ଣ ଶର୍ମାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ସୁନୀଲ ନାରିନ୍‌ ୧୭, ଇଅନ୍‌ ମୋର୍ଗାନ ୭, ଆନ୍ଦ୍ରେ ରସେଲ ୨, ଅଧିନାୟକ ଦୀନେଶ କାର୍ତ୍ତିକ ୧୨, ପାର୍ଟ କୁମିନ୍ସ ଅପରାଜିତ ୧୭ ରନ୍‌ କରିଥିଲେ ।
ବୋଲିଂରେ ଚେନ୍ନାଇ ସୁପରକିଙ୍ଗ୍ସର ଡେ୍ୱନ୍‌ ବ୍ରାଭୋ ସର୍ବାଧିକ ୩ ୱିକେଟ, କର୍ଣ୍ଣ ଶର୍ମା, ସାମ କୁରନ ଦୁଇଟି ଲେଖାଏଁ ୱିକେଟ୍‌ ସଫଳତା ହାସଲ କରିଥିଲେ । ମ୍ୟାଚ୍‌ ଜିତିବା ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୧୬୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୧୦ ୱିକେଟ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇ ବିଜୟଧାରାକୁ ଫେରିଥିଲା । ତେଣୁ ୧୬୮ ରନ୍‌ର ବିଜୟଲକ୍ଷ୍ୟ ଧୋନି ସେନା ପାଇଁ କଷ୍ଟସାଧ୍ୟ ହେବ ନାହିଁ ।

Leave A Reply