ବେତନଟୀ, ୬/୧୦ : ବେତନଟୀ ବ୍ଲକରେ ଭାଲିଆ ଜଙ୍ଗଲ ମଧ୍ୟ ଦେଇ ନିର୍ମାଣ ହୋଇ ଥିବା ସୁବର୍ଣ୍ଣରେଖା କେନାଲ ଏବେ ଚାଷୀଙ୍କ କାମରେ ଲାଗୁ ବା ନ ଲାଗୁ ଚାଷୀଙ୍କ ଗୃହପାଳିତ ପଶୁ ସମ୍ପଦ ପାଇଁ ବିପଦର କାରଣ ହୋଇଛି । ଆଜି ଏକ ଗୋରୁ ଏହି କେନାଲ ମଧ୍ୟରେ ପଡି ଯିବା ଫଳରେ ତାକୁ ଉଠାଇବାକୁ ଲୋକମାନେ ନାକେଦମ ହୋଇଛନ୍ତି ।
କେନାଲରେ ପାଣି ଥିବା ସହିତ ଗୋରୁଟି ପଡି ଯାଇ ଥିବାର ଗ୍ରାମର ଆନନ୍ଦଚନ୍ଦ୍ର ମହାନ୍ତ ଦେଖି ଥିଲେ । ଖବର ଦେବାରୁ ଅନ୍ୟ ଗ୍ରାମବାସୀଙ୍କୁ ସୂଚନା ଦେଇ ଥିଲେ । ତେବେ କେନାଲଟି ଗଭୀର ଥିବା ସହିତ ଏହାର ପାଶ୍ୱର୍ ତୀକ୍ଷ୍ମ ଥିବାରୁ ଗୋରୁଟିକୁ ବାହାର କରିବା କାଠିକର ପାଠ ହୋଇ ପଡିଛି । ଏହାକୁ ଉଠାଇବାକୁ ପ୍ରଚେଷ୍ଟା ଜାରି ରହିଛି ।
