Odisha news

ପୃଥିବୀର ସବୁଠୁ ବଡ଼ ଫୁଆରା

0

ସବୁଠୁ ବଡ଼ ଫୁଆରା  (ୱାଟର୍‌ ଫାଉଣ୍ଟେନ୍‌) ଆସନ୍ତା ୨୨ରେ ଦୁବାଇରେ ଉଦ୍‌ଘାଟନ ହେବ । ଏହାର ନାମ ‘ପାମ୍‌ ଫାଉଣ୍ଟେନ୍‌’ । ଦୁବାଇ ଫେଷ୍ଟିଭାଲ୍ସ ଆଣ୍ଡ୍‌ ରିଟେଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ (ଡିଏଫ୍‌ଆର୍‌ଇ)ର ସିଇଓ କହିଛନ୍ତି ପାମ୍‌ ଫାଉଣ୍ଟେନ୍‌ ଦୁବାଇର ଆଉ ଏକ ଲାଣ୍ଡ୍‌ମାର୍କ ହେବ । ଏହା ୧୪,୦୦୦ ବର୍ଗଫୁଟ ସମୁଦ୍ର ପାଣିରେ ବିସ୍ତୃତ । ଏହାର ସୁପର ସୁଟର୍‌ ୧୦୫ ମିଟର ଲମ୍ବା ଓ ଏଥିରେ ୩୦୦୦ରୁ ଅଧିକ ଏଲିଇଡି ଲାଇଟ୍‌ ଲାଗିଛି । ପାମ୍‌ ଫାଉଣ୍ଟେନ୍‌ରେ ୨୦ଟି ଭିନ୍ନ ଭିନ୍ନ ଶୋ’ ହେବ । ସନ୍ଧ୍ୟା ୭ରୁ ୧୨ଟା ମଧ୍ୟରେ ୫ଟି ଭିନ୍ନ ଭିନ୍ନ ଶୋ’ ଚାଲିବ । ଶୋ’ ସହିତ ଯେଉଁ ଗୀତ ବାଜିବ ସେଥିରେ ଖଲିଜି, ପପ୍‌, କ୍ଲାସିକ୍‌, ଅନ୍ତର୍ରାଷ୍ଟ୍ରୀୟ ଓ ଅଧିକ ଲୋକପ୍ରିୟ ଗୀତର ମିଶ୍ରଣ ରହିବ । ଓପନିଙ୍ଗ୍‌ କାର୍ଯ୍ୟକ୍ରମ ଲୋକେ ମାଗଣାରେ ଦେଖିପାରିବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଇଭ୍‌ କନସର୍ଟ ହେବ । ୫ ହଜାର ଲୋକଙ୍କୁ ମାଗଣାରେ ଶୋ’ ଦେଖାଯିବ ।

Nalco
Leave A Reply