Odisha news

ପୋଲିସର ବର୍ବରତା : ସୂଚନା ଅଧିକାର କର୍ମୀ ମନୋରଞ୍ଜନଙ୍କୁ ରାତିଅଧରେ ଭଡାଘରୁ ଉଠାଇ ଆଣିଲା

0

କେନ୍ଦ୍ରାପଡା, ୬/୧୦(Rabindra Dash) : – ନିକିରାଇ ଥାନା ପୋଲିସର ଅମାନବୀୟ କାଣ୍ଡ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସୂଚନା ଅଧିକାର କର୍ମୀ ମନୋରଞ୍ଜନ ଜେନାଙ୍କୁ ବିନା କାରଣରେ ତାଙ୍କ କଟକସ୍ଥିତ ଭଡାଘରୁ ରାତିଅଧିଆ ବିନା ନୋଟିସରେ ନିକିରାଇ ଥାନା ପୋଲିସ ଉଠାଇ ଆଣିବା ଘଟଣା ସାଧାରଣରେ ପୋଲିସ ପ୍ରତି ସନେ୍ଦହ ସୃଷ୍ଟି କରିଛି । ଏଥିସହିତ ମନୋରଞ୍ଜନଙ୍କ ଭଡାଘର କବାଟ ଭାଙ୍ଗି ଜୋରଜବରଦସ୍ଥି ଘରେ ପଶି ତାଙ୍କ ପନôୀଙ୍କୁ ଅସଦବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ପୋଲିସର ଏଭଳି ବ୍ୟବହାର ସମସ୍ତ ଆଇନଗତ ସୀମା ସରହଦକୁ ଟପିଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ନିକିରାଇ ଥାନାରେ ଥିବା ସିସି ଟିଭି ଦେଢବର୍ଷ ହେବ ଅଚଳ ହୋଇପୋଡିଥିବା ଏବଂ ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କୁ ଥାନା ପକ୍ଷରୁ ଅବଗତ କରାଯାଇନଥିବା ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ଶ୍ରୀ ଜେନା ତଥ୍ୟ ହାସଲ କରିଥିଲେ ।

ଏଥିସହିତ ମାସ ମାସ ଧରି ସିସି ଟିଭିକୁ ନସଜାଡିବା ବିଷୟରେ ସାଧାରଣରେ ଶ୍ରୀ ଜେନା ଖୁଲାସା କରିଥିଲେ । ଏହି କାରଣରୁ ନିଜ ଗ୍ରାମ ଡେରାବିଶି ବ୍ଲକ ଅଂଚଳରେ ନରହି କଟକରେ ରହୁଥିବା ସୂଚନା ଅଧିକାର କର୍ମୀ ଶ୍ରୀ ଜେନାଙ୍କ ନାମରେ କେତେକ ମିଥ୍ୟା ମାମଲା ନିକିରାଇ ଥାନାରେ ରୁଜୁ କରାଯାଇଥିବା ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା । ନିକିରାଇ ଥାନାଉ ପୋଲିସ ତାଙ୍କ ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କୁ ଧମକାଉଥିବା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ସମ୍ପର୍କରେ ନିକଟରେ ସୂଚନା ଅଧିକାର କର୍ମୀ ଶ୍ରୀ ଜେନା ପୋଲିସ ମହାନିର୍ଦେଶକ ଓ ଡି.ଆଇ.ଜି.ଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ ।

ଶ୍ରୀ ଜେନା ତାଙ୍କ ନାମରେ ନିକିରାଇ ଥାନାରେ ରୁଜୁ କରାଯାଇଥିବା ମିଥ୍ୟା ମାମଲାରେ ଓଡିଶା ଉଚ୍ଚ ନ୍ୟାୟାଳୟରୁ ଜାମିନ ଆଣିଥିଲେ ମଧ୍ୟ ଆକ୍ରୋଶମୂଳକ ଭାବେ ତାଙ୍କୁ ରାତି ଅଧିଆ କଟକସ୍ଥିତ ଭଡାଘରୁ ନିକିରାଇ ଥାନା ପୋଲିସ ଉଠାଇ ଆଣିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବୀୟ ବୋଲି ସାଧାରଣରେ ଆଲୋଚନା ହେଉଛି । ନିକିରାଇ ଥାନା ପୋଲିସର ଏଭଳି କାର୍ଯ୍ୟ ବିରୋଧରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply