ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦର ୪୨ତମ ବୈଠକ ଶେଷ ହୋଇଛି । ଏହି ବୈଠକରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ୨୦ ହଜାର କୋଟି କ୍ଷତିପୂରଣ ସଂଗ୍ରହ କରାଯାଇଛି, ଯାହା ଆଜି ରାତିରେ ରାଜ୍ୟମାନଙ୍କୁ ବଣ୍ଟନ କରାଯିବ। ଏଥି ସହିତ, ୨୪ହଜାର କୋଟିର ଆଇଜିଏସଟି ପୂର୍ବରୁ ସଂଗ୍ରହ କରାଯାଇଥିଲା, ଏହା ଆସନ୍ତା ସପ୍ତାହ ଶେଷ ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯିବ |
ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ ଜାନୁୟାରୀ ୧ ତାରିଖରୁ ଯେଉଁ ଟିକସଦାତାଙ୍କର ବାର୍ଷିକ କାରବାର ୫କୋଟିରୁ କମ୍, ସେମାନେ ମାସିକ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ କରିବେ ନାହିଁ । ସେହିପରି ଜିଏସଟି ପରିଷଦରେ ମାସିକ ପରିବର୍ତ୍ତେ ତ୍ରୟମାସିକ ଭିତ୍ତିରେ ଛୋଟ ଟିକସଦାତାଙ୍କ ନିମନ୍ତେ ରିଟର୍ଣ୍ଣ ଦାଖଲ କରିବାକୁ ନିର୍ଣୟ ନିଆଯାଇଛି । ଯାହା ସେମାନଙ୍କ ପାଇଁ ସୁବିଧା ହେବ ।