କେନ୍ଦ୍ରାପଡା,୪ା୧୦(Rabindra Dash) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ତୃତୀୟ ପର୍ଯ୍ୟାୟ ଆଂଟିଜେନ ପରୀକ୍ଷା ଶିବିରରେ ମୋଟ ୪୩୦ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୮ଜଣଙ୍କର ପଜିଟିଭ ବାହାରିଥିବା ସରପଂଚ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି । ପଂଚାୟତର ପଲ୍ଲି ଶିକ୍ଷାଶ୍ରମ ସ୍କୁଲ,ବିଲମୁଗବାଡି ପ୍ରାଥମିକ ବିଦ୍ୟାଳୟ ଓ କୁତରଙ୍ଗ ମଦନମୋହନ ଜ୍ଞାନପୀଠ ଉଚ୍ଚ ବିଦ୍ୟାଳୟରେ ଏହି ଶିବିରର ଆୟୋଜନ କରାଯାଇଥିଲା ।
ଯୁବନେତା ନରୋତ୍ତମ ମଲ୍ଲିକ,ଗୋଲଖ ଜେନା,ଅଶୋକ କୁମାର ଜେନା,ଦିଲ୍ଲିପ କୁମାର ଦାସ,ସଚ୍ଚିଦାନନ୍ଦ ଜେନା,ମନୋଜ କୁମାର ଜେନା,ବିଦ୍ୟାଧର ମଲ୍ଲିକ,ରମେଶ ଚନ୍ଦ୍ର ପରିଡା,ଆଇନଜୀବି ନିରଞ୍ଜନ ବଳ,ସୁରେଶ କୁମାର ସ୍ୱାଇଁ,ଅଜୟ କୁମାର ସ୍ୱାଇଁ,ମହାଦେବ ପଣ୍ଡା,ଦେବ ପ୍ରସାଦ ମହାନ୍ତି,ଦୁଃଶାସନ ମଲିକ,ବରଦା ପ୍ରସନ୍ନ ସ୍ୱାଇଁ,ରଞ୍ଜନ କୁମାର ସ୍ୱାଇଁ,କାର୍ତ୍ତିକ ଚନ୍ଦ୍ର ସାମଲ, ଦଶୁରାମ ଦାସ,ଦେବଦତ୍ତ ଜେନା,ବସନ୍ତ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।