ବିରୁହାଁ ଛକ ଗୋଚର ଜମି ଜବରଦଖଲକାରୀଙ୍କ ଅଭିନବ କୌଶଳ : ଦୋକାନ ବଜାର ବନ୍ଦକରି ପ୍ରଶାସନକୁ ପ୍ରଭାବିତ କରିବାକୁ ଅପଚେଷ୍ଟା
ଧାମନଗର ତା ୦୪/୧୦ : ଧାମନଗର ବ୍ଳକ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବିରୁହାଁ ଛକଠାରେ କେତେକ ସ୍ଥାନୀୟ ଲୋକେ ସରକାରୀ ଗୋଚର ଜମିକୁ ଜବରଦଖଲ କରି ଦୋକାନ ବଜାର କରିଥିବାବେଳେ ଏବେ କିଛିଦିନ ଧରି ସେଠାରେ ବେଆଇନ୍ଭାବେ ଜବରଦଖଲ ଓ ନିର୍ମାଣ କାର୍ଯ୍ୟ ·ଲୁ ରଖିଛନ୍ତି । ଏପରି ସ୍ଥଳେ ଜନସାଧାରଣଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପ୍ରଶାସନ ଏହାକୁ ବନ୍ଦକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନୋଟିସ୍ କରିଛନ୍ତି ।
ମାତ୍ର ଜବରଦଖଲକାରୀମାନେ ଆଇନ୍କୁ ବେଖାତିର କରି ନିର୍ମାଣ କାର୍ଯ୍ୟ ·ଲୁରଖିଥିବାବେଳେ ସ୍ଥାନୀୟ ପ୍ରଶାସନକୁ ପ୍ରଭାବିତ କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଧାମନଗର ତହସିଲଦାର ମାନଙ୍କ ଉପରେ ବିଭିନ୍ନ ସମୟରେ ରାଜନୈତିକ ·ପ ପ୍ରୟୋଗ କରି ବିଗତ ପ୍ରାୟ ୨୦ବର୍ଷ ଧରି ସେଠାରେ ସରକାରୀ ଗୋଚର ଜମିକୁ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରିଛନ୍ତି ।
ଏବେ ଏହି ଜବରଦଖଲ ବ୍ୟାପକ ଆକାର ଧାରଣ କରିବାକରୁ ସ୍ଥାନୀୟ ପ୍ରଶାସନ ତରଫରୁ ଲୋକଙ୍କ ଅଭିଯୋଗ କ୍ରମେ ପଦକ୍ଷେପ ନେବା ଆରମ୍ଭ ହୋଇଛି । ଗତମାସ ଜବରଦଖଲ କାରୀଙ୍କ ଉପରେ ନୋଟିସ୍ ଲଗାଯାଇ ଅକ୍ଟୋବର ୧୫ସୁଦ୍ଧା ଜବରଦଖଲକାରୀ ମାନେ ନିଜ ଇଚ୍ଛାରେ ସରକାରୀ ଜମିରୁ ହଟିଜିବାପାଇଁ କୁହାଯାଇଛି । ନଚେତ ୧୫ତାରିଖ ପରେ ପଦକ୍ଷେପ ସ୍ୱରୁପ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବବୋଲି ଜଣାଯାଇଛି । ଏପରି ସ୍ଥଳେ ଶୁକ୍ରବାର ଦିନ ଜବରଦଖଲ କାରୀମାନେ ବିରୁହାଁ ବଜାର ବନ୍ଦରଖି ଅଭିନବ ଉପାୟରେ ସ୍ଥାନୀୟ ପ୍ରଶାସନକୁ ପ୍ରତିବାଦ ଜଣାଇଛନ୍ତି । ତେବେ ପ୍ରଶାସନ ବିରୁହାଁ ମୌଜାର ଗୋଚର ଜମି ଜବରଦଖଲକାରୀ ମାନଙ୍କୁ ତୁରନ୍ତ ଉଚ୍ଛେଦ କରିବାପାଇଁ ସ୍ଥାନିୟ ଲୋକେ ଦାବି କରିଛନ୍ତି