Odisha news

ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଯଶିପୁର ପୋଲିସ ଉପରକୁ ପଥର ମାଡ: ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

0

ମୟୂରଭଞ୍ଜ  :  ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଜାଉଁରିପୋଷି ଠାରେ ଗତ କାଲି  ୨ ତାରିଖ ଦିନ  ଜିକେଏସ୍ କ୍ଲବ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଚାଲିଥିବା ବେଳେ , ଅନ୍ୟ ଏକ ପାର୍ଶ୍ବ ରେ କେତେକ ଲୋକ ଭିଡ ଜମାଇ  ଜୁଆ ଖେଳ କରୁଥିବା ଜଣାପଡିଥିଲା ।  ଏ ସଂପର୍କରେ ଖବର ପାଇ ଯଶିପୁର ଥାନା ର ଆଇ,ଆଇ,ସି, ରଂଜନ କୁମାର ସେଠୀ ସଦଳବଳେ ସେଠାରେ ପହଞ୍ଚି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ଏହି ସମୟରେ  ୫୦  ରୁ  ଅଧିକ ଲୋକ ଅତର୍କିତ ଭାବେ ପୋଲିସ ଉପରକୁ ପଥର ମାଡ କରିଥିଲେ ।

ଫଳରେ  ସେଠାକୁ ଯାଇଥିବା  ସମସ୍ତ  ପୋଲିସ୍ କର୍ମଚାରୀ ଖଣ୍ଡିଆ ଖାବରା ହୋଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଙ୍କୁ  ସଙ୍ଗେ ସଙ୍ଗେ ପୋଲିସ କାବୁ କରିନେଇଥିବା ବେଳେ ଶୁକ୍ରବାର ରାତି ଅନ୍ୟ  ୫  ଜଣ ଙ୍କୁ  ଗିରଫ କରିଥିଲା ।  ଜୁଆ ଆଡ୍ଡା ସ୍ଥଳ ରୁ  ଜୁଆଖେଳ ସାମଗ୍ରୀ,  ୨ ହଜାର ଟଙ୍କା  ଓ ୩ ଟି ମୋବାଇଲ୍ କୁ ପୋଲିସ୍ ଜବତ କରିଛି ଏହି ଘଟଣା କୁ ନେଇ  ଯଶିପୁର ଥାନା     କେଶ୍ ନମ୍ବର ୧୩୪/୨୦୨୦ ରେ ମକଦ୍ଦମା ରୁଜୁ କରି  ସମସ୍ତ ଅଭିଯୁକ୍ତ  ଓ ପୋଲିସ୍  କର୍ମଚାରୀ ଙ୍କ ର ଯଶିପୁର ଡାକ୍ତରଖାନାରେ  ଡାକ୍ତରୀ ପରୀକ୍ଷା କରାଯାଇଛି । ଏହି ଘଟଣା ରେ ଏସ୍ ଆଇ ପାର୍ବତୀ ମଲ୍ଲିକ  ତଦନ୍ତ  ଜାରି ରଖିଛନ୍ତି ।  ଗିରଫ  ୯  ଜଣ ଙ୍କୁ ପୋଲିସ୍ ଆଜି କୋୖର୍ଟ  ଚାଲାଣ କରିଥିବା ଜଣାପଡିଛି

Leave A Reply