Odisha news

ମର୍ମନ୍ତୁଦ ସଡକ ଦୁର୍ଘଟଣା : ମଟର ସାଇକଲକୁ ଧକାଦେଲା ମାକ୍ସ ପିକପ , ଦୁଇ ମୃତ

0

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ମୁଣ୍ଡିଗୁଡା ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଚି.।.ମୃତକ ଦୁହେଁ ହେଲେ ବାଲିପେଟା ପଚାଂୟତ ଅନ୍ତର୍ଗତ ସାମଜା ଗ୍ରାମର ସମ୍ପର୍କିୟ ଦୁଇଭାଇ ମଲିକ ପ୍ରାସ୍କା(୩୫) ଓ ବାରିକ ପ୍ରାସ୍କା(୨୫)ବୋଲି ଜଣାପଡିଛି.।

ଖବର ନେବାରେ ଜଣାପଡିଛିକି ଚାରିଜଣ ସାଙ୍ଗ ମିସି ନିଜ ଗ୍ରାମ ସାମଜା ଗ୍ରାମରୁ ଦୁଇଟି ମଟର ସାଇକଲରେ ଲକ୍ଷ୍ମୀପୁର ଅଭିମୁଖେ ବାହାରିଥିଲେ.।.ମୁଣ୍ଡିଗୁଡା ନିକଟରେ ଦୃତଗତିରେ ସାମନାପଟୁ ଆସୁଥିବା ମାକ୍ସ ପିକପ ନମ୍ବର  AP39Y 8245 ଦୁଇ ଭାଇ ବସିଥିବା ମଟର ସାଇକଲକୁ ଧକା ଦେଇଥିଲା.।

.ଧକାର ତିବ୍ରତା ଏତେ ଥିଲାଜେ ଦୁଇ ଭାଇ ରାସ୍ତାର ଗୋଟିଏ ପଟ ଛିଟିକି ପଡିଥିବା ବେଳେ ତାଙ୍କ ମଟର ସାଇକଲ ଅନ୍ୟପଟେ ଛିଟିକି ପଡିଥିଲା.।.ଫଳରେ ଦୁହିଁଙ୍କର ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିଲା.।

ଖବର ସୁଣି ଘଟଣା ସ୍ଥଳରେ ନାରାୟଣପାଟଣା ପୋଲିସ ପହଁଚି ଏକ ମାମଲା ରୁଜୁ କରିଥିବା ବେଳେ ମାକ୍ସପିକପ ଭ୍ୟାନକୁ ଜବତ କରାଜାଇଥିବା ଥାନା ଅଧିକାରି ପ୍ରଦ୍ୟୁମ୍ନ ମହାପାତ୍ର ପ୍ରକାସ କରିଛନ୍ତି.।.ମୃତ୍ୟୁ ସ୍ଥାନରେ ସମ୍ପର୍କିୟ ମାନଙ୍କ ଭିଡ ଜମିଥିବା ବେଳେ ସୋକାକୁଳ ପରିବେଷରେ ଉକ୍ତ ସ୍ଥାନ ଫାଟି ପଡୁଥିବା ଦେଖିବାକୁ ମିଳିଥିଲା.।

Leave A Reply