କର୍ଣ୍ଣ ଏତେବଡ ଯୋଦ୍ଧା ଓ ବୀର ଥିଲେ ଯେ ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଅର୍ଜୁନଙ୍କ ଠାରୁ ତାଙ୍କୁ ଶ୍ରେଷ୍ଠ ବୋଲି ମାନେ କରୁଥିଲେ l କର୍ଣ୍ଣଙ୍କୁ ସୂର୍ଯ୍ୟ ପୁତ୍ର କୁହା ଯାଉଥିଲା,ତା ସହିତ ସେ ଯୋଦ୍ଧା ଓ ଦାନବୀର ଭାବରେ ଗଣନା ହେଉଥିଲେ l ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା ଭଗବାନ ଶ୍ରୀ କୃଷ୍ଣ ଜାଣିଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ କର୍ଣ୍ଣ ଦୁର୍ଯ୍ୟଧନଙ୍କ ପକ୍ଷରୁ ଯୁଦ୍ଧ କରିବେ ସେତେବେଳ ପର୍ଯ୍ୟନ୍ତ ପାଣ୍ଡବ ମାନଙ୍କର ବିଜୟ ଅନିଶ୍ଚିତ ଅଟେ l
ଭଗବାନ ଶ୍ରୀ କୃଷ୍ଣ କର୍ଣ୍ଣଙ୍କ କ୍ଷମତାକୁ ନେଇ ପରିଚିତ ଥିଲେ l ସେ ଜାଣିଥିଲେ କି କର୍ଣ୍ଣ ସୂର୍ଯ୍ୟ ପୁତ୍ର ଅଟନ୍ତି l କୌରବ ମାନଙ୍କର ଯୋଦ୍ଧା ମାନଙ୍କ ତାଲିକାରେ କର୍ଣ୍ଣଙ୍କ ନାମ ସର୍ବ ପ୍ରଥମ ରହିଥିଲା l ଶ୍ରୀ କୃଷ୍ଣ ଏହା ମଧ୍ୟ ଜାଣିଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ କର୍ଣ୍ଣଙ୍କ ପାଖରେ କୁଣ୍ଡଳ ଓ କବଚ ଅଛି ସେତେବେଳ ପର୍ଯ୍ୟନ୍ତ କର୍ଣ୍ଣଙ୍କୁ ପରାଜିତ କରିବା କଷ୍ଟକର ଅଟେ l ଏହି କାରଣରୁ ଭଗବାନ ଶ୍ରୀ କୃଷ୍ଣ ଚିନ୍ତିତ ଥିଲେ l ଭଗବାନ ଶ୍ରୀ କୃଷ୍ଣଙ୍କ ସହିତ ଦେବରାଜ ଇନ୍ଦ୍ର ମଧ୍ୟ କର୍ଣ୍ଣଙ୍କର ଏହି ଶକ୍ତି ବିଷୟରେ ଜାଣିଥିଲେ l
ଭଗବାନ ଶ୍ରୀ କୃଷ୍ଣ କର୍ଣ୍ଣଙ୍କୁ ପରାଜିତ କରିବା ପାଇଁ ଇନ୍ଦ୍ରଙ୍କ ସହିତ ଗୋଟିଏ ଯୋଜନା ପ୍ରସ୍ତୁତ କଲେ l କୃଷ୍ଣ ଇନ୍ଦ୍ରଙ୍କୁ କହିଲେ କି ବ୍ରହ୍ମଣ ବେଶରେ କର୍ଣ୍ଣଙ୍କ ପାଖକୁ ଯାଇ ଦାନାରେ କୁଣ୍ଡଳ ଓ କବଚ ମାଗିବା ପାଇଁ l କୃଷ୍ଣ ଜାଣିଥିଲେ ଯେ କର୍ଣ୍ଣ ପ୍ରତିଦିନ ଲୋକ ମାନଙ୍କୁ ଦାନ କରିଥାଏ l କର୍ଣ୍ଣ ପ୍ରତିଦିନ ଭଳି ସମସ୍ତଙ୍କୁ କିଛି ନା କିଛି ଦାନାରେ ସେହିଦିନ ମଧ୍ୟ ଦେଉଥିଲେ l ଇନ୍ଦ୍ର ବେଶ ବଦଳାଇ ଧାଡିରେ ଠିଆ ହୋଇଥିଲେ ,ଯେତେବେଳେ ଇନ୍ଦ୍ରଙ୍କ ପାଳି ପଡିଲା କର୍ଣ୍ଣ ପଚାରିଥିଲେ ଆପଣଙ୍କର କଣ ଆବଶ୍ୟକ ମତେ ଇଛା ପ୍ରକଟ କରନ୍ତୁ l
ସେତେବେଳେ ବ୍ରାହ୍ମଣ ବେଶ ଧରି ଇନ୍ଦ୍ର କହିଥିଲେ ମହାରାଜ ମୁଁ ଆପଣଙ୍କ ଖ୍ୟାତିର ଚର୍ଚା ଚାରିଆଡେ ଶୁଣିଛି ଓ ଆପଣଙ୍କ ନିକଟକୁ ଆସିଛି l ଆପଣଙ୍କ ଦାନ ଓ ବୀରତ୍ୱ ଚାରି ଲୋକରେ ସ୍ଥାନ ପାଇଛି l ଦାନ ମାଗିବା ପୂର୍ବରୁ ଆପଣଙ୍କୁ ବଚନ ଦେବାକୁ ପଡିବ ତାପରେ ଯାଇ ମୁଁ ଦାନ ଗ୍ରହଣ କରିବି l ଏହାପରେ କର୍ଣ୍ଣ ହାତରେ ଜଳ ନେଇ ଇନ୍ଦ୍ରଙ୍କୁ ବଚନ ଦେଇଥିଲେ l ତାପରେ ଇନ୍ଦ୍ର କର୍ଣ୍ଣଙ୍କ ପାଖରେ ଥିବା କୁଣ୍ଡଳ ଓ କବଚ ମାଗିଥିଲେ l ଇନ୍ଦ୍ରଙ୍କର ଏହି କଥାକୁ ଶୁଣି କର୍ଣ୍ଣ କିଛି ଚିନ୍ତା ନକରି କୁଣ୍ଡଳ ଓ କବଚ ଶରୀରରୁ ବାହାର କରି ଦେଇ ଦେଇଥିଲେ l ଯେତେବେଳେ କୁଣ୍ଡଳ ଓ କବଚକୁ ଶରୀରରୁ ଅଲଗା କରିଥିଲେ କର୍ଣ୍ଣଙ୍କୁ ବହୁତ କଷ୍ଟ ହୋଇଥିଲା l
କର୍ଣ୍ଣଙ୍କ କବଚ ଓ କୁଣ୍ଡଳ ନେଇ ଇନ୍ଦ୍ର ତୁରନ୍ତ ନିଜ ରଥ ଚଢି ସେଠାରୁ ପଳାୟନ କରିଥିଲେ ,କାରଣ ସେ ଚାହୁଁନଥିଲେ କର୍ଣ୍ଣଙ୍କୁ ତାଙ୍କ ବିଷୟରେ କିଛି ଜଣ ପଡୁ l କିନ୍ତୁ କିଛି ଦୂର ଯିବା ପରେ ତାଙ୍କ ରଥଟି ମାଟି ଭିତରେ ଫସିଗଲା l ରଥ ରହିବ କ୍ଷଣି ଗୋଟିଏ ଆକାଶବାଣୀ ହୋଇଥିଲା ,ଆକାଶବାଣୀରେ ଇନ୍ଦ୍ରଙ୍କର ଏହି କାର୍ଯ୍ୟପାଇଁ ନିନ୍ଦା କରାଯାଇଥିଲା ଓ କୁହ ଯାଇଥିଲା ଇନ୍ଦ୍ର କର୍ଣ୍ଣଙ୍କ ଜୀବନକୁ ବିପଦରେ ପକାଇଛନ୍ତି l ବର୍ତ୍ତମାନ ଏହି ରଥ ଏଇଠି ମାଟି ଭିତରେ ପୋତି ହୋଇଯିବ ଓ ଇନ୍ଦ୍ର ମଧ୍ୟ ସେହିଠାରେ ପୋତି ହୋଇଯିବେ l ଏହି ଆକାଶ ବାଣୀ ଶୁଣି ଇନ୍ଦ୍ର ଭୟବିତ୍ତ ହୋଇଗଲେ ଓ କ୍ଷମା ମାଗିଲେ l ସେତେବେଳେ ପୁନର୍ବାର ଆକାଶ ବାଣୀ ହୋଇଥିଲା l ସେହି ଆକାଶ ବାଣୀରେ ଇନ୍ଦ୍ରଙ୍କୁ କୁହାଯାଇଥିଲା ତୁମକୁ ଦିଆଯାଇଥିବା ବସ୍ତୁ ଦାନାରେ ତୁମେ ଫେରାଅ ନାହିଁ ,କିନ୍ତୁ ତାର ସମକକ୍ଷ ଅନ୍ୟ କୌଣସି ବସ୍ତୁ ଦିଅ l ଇନ୍ଦ୍ର ଏହି କଥାକୁ ସିଉକlର କଲେ ,ତାପରେ ସେ ଆଉଥରେ କର୍ଣ୍ଣଙ୍କ ପାଖକୁ ଗଲେ l କିନ୍ତୁ ଏହିଥର ସେ ବ୍ରାହ୍ମଣ ବେଶରେ ଗଲେ ନାହିଁ l କର୍ଣ୍ଣ ତାଙ୍କୁ ଦେଖି ବିନମ୍ର ଭାବରେ କହିଲେ ଦେବରାଜ ଆଦେଶ କରନ୍ତୁ ଆପଣଙ୍କୁ କଣ ଦରକାର l
ଇନ୍ଦ୍ର ନିଜକୁ ଲଜିତା ମନେକଲେ ଓ କହିଲେ ହେ ଦାନବୀର କର୍ଣ୍ଣ ମୁଁ କିଛି ନେବାକୁ ଆସିନାହିଁ କିଛି ଦେବାକୁ ଆସିଛି l କବଚ କୁଣ୍ଡଳକୁ ଛାଡି ଯାହା ଇଛା ମାଗି ପାର l କର୍ଣ୍ଣ କହିଲେ ମୁଁ ଆଜି ପର୍ଯ୍ୟନ୍ତ କାହାକୁ କିଛି ମାଗି ନାହିଁ l କର୍ଣ୍ଣ ଦେବା ଜାଣିଛି ମାଗିବା ଜାଣିନାହିଁ l ସେତେବେଳେ ଇନ୍ଦ୍ର ନିଜ ମନର ବ୍ୟଥା କର୍ଣ୍ଣଙ୍କୁ କହିଥିଲେ ଓ କିଛି ମାଗିବାକୁ ଅନୁରୋଧ କରିଥିଲେ l ଶେଷରେ ଇନ୍ଦ୍ର କର୍ଣ୍ଣଙ୍କୁ କହିଲେ ମୁଁ ନିରୁପାୟ ଅଟେ ତେଣୁ ମୁଁ ତମକୁ କିଛି ଦେଇକି ଯିବାକୁ ଚାହୁଁଛି l ତାପରେ ଇନ୍ଦ୍ର ନିଜର ବଜ୍ରରୂପୀ ଶକ୍ତିକୁ କର୍ଣ୍ଣଙ୍କୁ ପ୍ରଦାନ କରିଥିଲେ ଓ କହିଥିଲେ ତୁମେ ଏହାକୁ ଯାହା ଉପରେ ପ୍ରହାର କରିବା ତାର ମୃତ୍ୟୁ ସୁନିଶ୍ଚିତ l କିନ୍ତୁ ଏହାର ପ୍ରୟୋଗ ଠାରେ ମାତ୍ର କରି ପାରିବ l ଏତିକି କହି ଇନ୍ଦ୍ର ସେଠାରୁ ଚାଲିଗଲେ l କର୍ଣ୍ଣ ତାଙ୍କୁ ଅଟକାଇ ଏହି ବଜ୍ରସକ୍ତିକୁ ଫେରାଇବା ପାଇଁ ଚାହିଁଥିଲେ ମଧ୍ୟ ସେ ଅଟକି ନଥିଲେ l