ହିମାଂଶୁ ଶେଖର ଆଚାର୍ଯ୍ୟ : ବ୍ୟକ୍ତି ସମକାଳର । ମାତ୍ର ବ୍ୟକ୍ତିତ୍ୱ ଚିରକାଳର । ଆଦର୍ଶ ବ୍ୟକ୍ତିତ୍ୱର ମହକ ପ୍ରସାରିତ ହୁଏ ସମାଜରୁ ରାଷ୍ଟ୍ରକୁ । ଏହି ଭଳି ଜଣେ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ଦିବଂଗତ ଶିକ୍ଷକ ନେତା ଅବନୀ ବରାଳଙ୍କ ଧର୍ମପତ୍ନୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସୁଲେଖିକା ଅଧ୍ୟାପିକା ଆଦରମଣି ବରାଳ । ଗତ ସେପ୍ଟେମ୍ବର ୨୪ ତାରିଖରେ ତାଙ୍କର ମହାପ୍ରୟାଣ ହୋଇଯାଇଛି ।
ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାଇଜକୁ । ଯେଉଁଠିକୁ ଜଣେ ଥରେ ଗଲେ ଆଉ ଫେରିଆସେନା । ହେଲେ ତାଙ୍କ ଅବର୍ତ୍ତମାନର ଦିନ ଯେତେ ଗଡିଗଡି ଯାଉଛି ତାଙ୍କ ବ୍ୟକ୍ତିତ୍ୱର ମହକ ସେତେ ବେଶି ପ୍ରସାରିତ ହେଉଛି । ଆଉ ସେ ବାସକୁ ଆଘ୍ରାଣ କରୁଛନ୍ତି କେବଳ ଖୋର୍ଦ୍ଧା ବା ଜଗତସିଂହପୁର ବାସୀ ନୁହନ୍ତି, ସାରା ରାଜ୍ୟ ବାସୀ ।
ଆଦରମଣି ବରାଳ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ।
ଏକାଧାରରେ ସେ ଥିଲେ ଜଣେ ପ୍ରବୀଣ ଅଧ୍ୟାପିକା, ସୁଲେଖିକା, ସୁସଂଗଠକ ଓ ଦକ୍ଷଅଭିନେତ୍ରୀ । ସାରା ରାଜ୍ୟରେ ଅବନୀ ବାବୁଙ୍କ ସହଧର୍ମିଣୀ ହିସାବରେ ସେ ସବୁଠି ଜଣାଶୁଣା ଥିଲେ ମଧ୍ୟ ନିଜର ପ୍ରତିଭା ବଳରେ ସେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହାହିଁ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ଶିକ୍ଷକତାରୁ ଜୀବନ ଆରମ୍ଭ । ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳର ତିଲଡିହା ହାଇସ୍କୁଲରେ । ସୈାଭାଗ୍ୟକୁ ସେଠାରେ ପ୍ରଧାନ ଶିକ୍ଷକ ଥିଲେ ଅବନୀ ବରାଳ । ମଣିକାଞ୍ଚନର ସଂଯୋଗ ସଦୃଶ୍ୟ ସେହି ପରିଚୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ନିକଟତର କରାଇଥିଲା । ଏହାପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା ।
ତିଲଡିହା ହାଇସ୍କୁଲ ପରେ ଆଦରମଣି ବାଣପୁର ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହୋଇଥିଲେ । ତେବେ ଓଡିଆରେ ସ୍ନାତକତ୍ତୋର କରିବା ପରେ ସେ ବାଳେଶ୍ୱର କେକେଏସ୍ ମହିଳା ମହାବିଦ୍ୟାଳୟରୁ ଅଧ୍ୟାପିକା ଜୀବନ ଆରମ୍ଭ କରିଥିଲେ । ନିଜ ଜୀବନ କାଳ ମଧ୍ୟରେ ସେ ଶୈଳବାଳା ମହିଳା ବିଦ୍ୟାଳୟ , ବିଜେପି କଲେଜ, ପୁରୀ ଏସ୍ସିଏସ୍ କଲେଜ, ବରଗଡ ପଞ୍ଚାୟତ କଲେଜ, ସମ୍ବଲପୁର ଜିଏମ୍ କଲେଜରେ ଏବଂ ଶେଷରେ ରାଜଧାନୀ କଲେଜରେ ଅଧ୍ୟାପନା କରି ଅବସର ଗ୍ରହଣ କରିଥିଲେ ।
ତେବେ ଜଣେ ଅଧ୍ୟାପିକା ଭାବରେ ନୁହେଁ , ଜଣେ ସୁଲେଖିକା ଭାବେ ସେ ଶତାଧିକ କବିତା, ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ । ଆକଶବାଣୀର ଜଣେ ଏ ଗ୍ରେଡ୍ ଅଭିନେତ୍ରୀ ଭାବେ ସେ ପ୍ରାୟ ୪୦୦ ନାଟକରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ସେ ମଞ୍ଚକୁ ଆସିଲେ ଦର୍ଶକ ମାନେ ଚୁପ୍ ହେଇଯାଉଥିଲେ ।
ସେ ମଧ୍ୟ ନିଜ ଭୂମିକାକୁ ଏତେ ସୁନ୍ଦର ଭାବେ ନିଭାଇଥାନ୍ତି ତାହା ଅଶେଷ ଦର୍ଶକୀୟ ସ୍ୱୀକୃତୀ ଲାଭକରୁଥିଲା । ବିଶେଷକରି ରେଡୁଅରେ ତପୋଇ ନାଟକରେ ଆଦରମଣି ବଡବୋହୂ ଭୂମିକାରେ ଅଭିନିତ କରିଥିଲେ । ରେଡୁଅରେ ଏହି ନାଟକଟି ଅଶେଷ ଲୋକପ୍ରିୟ ହୋଇଥିଲା । ଏବଂ ଏଥିରେ ଆଦରମଣିଙ୍କ ଅଭିନୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଏପରିକି ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ସେ ବିଭିନ୍ନ ଜାଗାକୁ ଯାଇ ଅଭିନୟ କରୁଥିଲେ । ଏହାର ମୁଖ୍ୟଉଦେଶ୍ୟ ଥିଲା କିଛି ଅର୍ଥ ଉପାଜନ କରିବା ଓ ସେହି ଅର୍ଥକୁ ସମାଜର ମଙ୍ଗଳ ପାଇଁ ବିନିଯୋଗ କରିବା । ଏପରି ଜଣେ ଦରଦୀ ମହିଳା ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ବିରଳ କହିଲେ ଅତୁ୍ୟକ୍ତି ହେବନାହିଁ । ଖୋଦ୍ ଅବନୀ ବାବୁ ଶିକ୍ଷକ ନେତା ହେବା ପୂର୍ବରୁ ଦିନ ମଞ୍ଚ ମଣିଷ ଥିଲେ । ମଞ୍ଚ ନାଟକ ଲେଖି ମୁହଁରେ ରଙ୍ଗ ମାଖି ଅଭିନୟ କରୁଥିଲେ । ବୋଧହୁଏ ଏହି ବିଚାର ଧାରା ପରଷ୍ପର ପ୍ରତି ଆକୃଷ୍ଟ ହେବା ଓ ଶେଷରେ ବିବାହ କରିବାର ଏହା ଗୋଟିଏ କାରନ ହୋଇପାରେ । ସେ ଯାହା ହଉନା କାହିଁକି ଜଣେ ସଫଳ ଅଭିନେତ୍ରୀ ଭାବେ ଆଦରମଣି ଏକ ନିଆରା ପରିଚୟ ଛାଡିଯାଇଛନ୍ତି ଏହା ଯେ କେହି ସ୍ୱୀକାର କରିବେ ।
ଜଣେ ସୁସଂଗଠିକା ଭାବେ ଆଦରମଣିଙ୍କର ଅନ୍ୟଏକ ପରିଚୟ ଥିଲା । ନିଜ ସ୍ୱାମୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେ ସମାଜ ସେବା କରୁଥିଲେ । ଏପରିକି ଅବନୀ ବାବୁଙ୍କ ଦେହାନ୍ତ ପରେ ବି ସେ ଏଥିରୁ ଓହରିଯାଇନଥିଲେ । ବୟସ ହୋଇଯାଇଥିଲେ ବି ସେ ତାକୁ ଭ୍ରୁକ୍ଷେପ କରିନଥିଲେ । ଖୋର୍ଦ୍ଧା ମହିଳା ସମିତିର ସଭାନେତ୍ରୀ ଭାବେ ଅନେକ ଦିନଧରି ଦାୟିତ୍ୱ ତୁଲାଇଥିଲେ । ସେହିପରି ରୋଟାରୀ କ୍ଲବର ଜଣେ ସକ୍ରିୟ ସଦଶ୍ୟ ଥିଲେ । ରୋଟାରୀ କ୍ଲବର ସମସ୍ତ ସଭ୍ୟ, ସଭ୍ୟାଙ୍କ ପାଇଁ ସେ ଆଦର୍ଶ ଥିଲେ । ତାଙ୍କର ଆଚର, ଉଚ୍ଚାରଣ ଓ ଜୀବନ ଦର୍ଶନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସô ଥିଲା । ଯାହାର ଅଭାବ ଅନ୍ୟ ମାନଙ୍କ ଉପରେ ପ୍ରତିଫଳିତ ହେଉଥିଲା । ସତେ ଯେମିତି ସମାଜ ସେବା ତାଙ୍କ ଜୀବନର ଅନ୍ୟଏକ ବ୍ରତ ଥିଲା । ଏପରିକି ଖୋର୍ଦ୍ଧାର ପୈ୍ରାଢା ମାନଙ୍କର ସମସ୍ୟାର ସମାଧାନ ପାଇଁ ସେ ବାଟ ଖୋଜୁଥିବା ବେଳେ ତାଙ୍କୁ ଏକ ସୁଯୋଗ ମିଳିଲା । ଖୋର୍ଦ୍ଧାର ମହିଳା ସଂଗଠନ ମାନଙ୍କୁ ଏକାଠିକରି ସେ ଏହି ସଂଗଠନରେ ଅଗ୍ରଣୀ ଭୂମିକା ନେଇଥିଲେଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାର ସୁଯୋଗ ଲାଭ କରିଥିଲେ ଓ ସଫଳ ହୋଇଥିଲେ ମଧ୍ୟ ।
ଶିକ୍ଷକ ଆନେ୍ଦାଳନର କର୍ଣ୍ଣଧାର ଥିଲେ ସ୍ୱର୍ଗତ ଅବନୀ ବରାଳ । ଶିକ୍ଷକ ସମାଜ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ଦୀର୍ଘଦିନର ଶିକ୍ଷକ ଆନେ୍ଦାଳନ ଫଳରେ ଶିକ୍ଷକ ମାନେ ଚାକିରି ନିରାପତ୍ତା ସହ ପ୍ରତ୍ୟେକ୍ଷ ଅନୁଦାନ, ୟୁଜିସିବେତନ, ଅବସରକାଳୀନ ସୁବିଧା ସୁଯୋଗ ପାଇଲେ । ପ୍ରତ୍ୟେକ୍ଷ ଅନୁଦାନ ଶିକ୍ଷକ ସମାଜକୁ ତାଙ୍କର ଏହା ଥିଲା ବଡ ଅବଦାନ । ଏହି ଆନେ୍ଦାଳନ ସମୟରେ ନିଜର ସ୍ୱାମୀ ସ୍ୱର୍ଗତ ବରାଳଙ୍କୁ ଆଦରମଣି ଜଣେ ସହ ଧର୍ମିଣୀ ହିସାବରେ ପ୍ରୋସôାହନ ଦେବାରେ କେବେ କୁଣ୍ଠିତ ହେଉନଥିଲେ । ଶିକ୍ଷକ ମାନଙ୍କର ସମାସ୍ୟାର ସମାଧାନ ହେଉ ଓ ଶିକ୍ଷକ ମାନେ ଭଲରେ ରୁହନ୍ତୁ ଏହାହିିଁ ଉଭୟଙ୍କ ଉଦେଶ୍ୟ ଥିଲା । କୁହାଯାଏ ଜଣେ ସଫଳ ପୁରୁଷ ପଛରେ ଜଣେ ସଫଳ ନାରୀର ହାତ ଥାଏ । ଏହାକୁ ଅକ୍ଷରେଅକ୍ଷରେ ପାଳନ କରିଥିଲେ ସ୍ୱର୍ଗତ ଆଦରମଣି ବରାଳ ।
୨୦୧୩ ମସିହାରେ ଶିକ୍ଷକ ସମାଜର ମଉଡମଣି ଅବନୀ ବରାଳ ଆରପାରିକୁ ଚାଲିଯାଇଥିଲେ ଏବେ ଆଦରମଣି ବାହୁଡି ଗଲେ । ଶିକ୍ଷକ ସମାଜ ଉଭୟଙ୍କୁ ହାରାଇ ମର୍ମାହତ । ଆଦରମଣି ବରାଳଙ୍କ ଉଦେ୍ଦଶ୍ୟରେ ଏତିକି କୁହାଯାଇପାରେ- ‘ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ