କେନ୍ଦ୍ରାପଡା,୦୧ା୧୦(Rabindra Dash) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧିନ କରିଲୋପାଟଣା ପଂଚାୟତର ସରପଂଚଙ୍କ ବିରୋଧରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବର ପ୍ରସ୍ତାବ ଆଗତକାରୀ ୱାର୍ଡ ସଭ୍ୟା/ସଭ୍ୟ ମାନଙ୍କ ଦସ୍ତଖତ ମେଳକ କରା ଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଇଜିଲାସରେ ମୋଟ ୨୪ ଜଣ ସଭ୍ୟଙ୍କ ମ୍ମରୁ ୧୬ଜଣ ଉପସ୍ଥିତ ରହି ନିଜ ନିଜ ଦସ୍ତଖତକୁ ମେଳ କରାଇଥିଲେ । ସୂଚନା ଯୋଗ୍ୟ ସ୍ଥାନୀୟ ସରପଂଚଙ୍କ ମନମୁଖୀ ଓ ବେନିୟମ କାର୍ଯ୍ୟ କରୁଥିବା ଏହି ସଭ୍ୟ/ସଭ୍ୟା ମାନେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ୱାର୍ଡ ସଭ୍ୟ ମୃତୁ୍ୟଞ୍ଜନ ମିଶ୍ର ଓ ଗୋପାଳ ଚରଣ ସ୍ୱାଇଁଙ୍କ ଆବାହକତ୍ୱରେ ସମସ୍ତ ୧୬ ଜଣ ସଭ୍ୟ/ସଭ୍ୟା ଜିଲ୍ଲା ଦପ୍ତର ରେ ଉପସ୍ଥିତ ରହି ନିଜ ନିଜ ସ୍ୱାକ୍ଷରକୁ ଚିହ୍ନଟ କରିଥିଲେ ।
