Odisha news

ରାଜସ୍ଥାନର ଟାର୍ଗେଟ୍‌ ୧୭୫ ରନ

0

ଦୁବାଇ, ୩୦ା୯ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୧୨ତମ ମ୍ୟାଚରେ କୋଲକତା ନାଇଟରାଇଡର୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ୧୭୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି କୋଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦଳ ପକ୍ଷରୁ ଶୁବମାନ ଗିଲ ଓ ସୁନୀଲ ନାରିନ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ସୁନୀଲ ମାତ ୧୫ ରନ କରି ଆଉଟ ହୋଇଥିଲେ । ତେବେ ଶୁବମାନ ଦୃଢ ବ୍ୟାଟିଂର ପ୍ରଦର୍ଶନ କରି ସର୍ବାଧିକ ୪୭ ରନ କରିଥିଲେ । ସେହିପରି ଇଅନ ମର୍ଗାନ ୩୪ ରନ ଓ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୧୮ ରନ ଦେଇ ୨ଟି ଓ୍‌ିକେଟ ନେଇଥିଲେ । ରାଜସ୍ଥାନ ରୟାଲ୍ସ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ମାତ୍ର କୋଲକତା ନାଇଟରାଇଡର୍ସ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ଶେଷ ଖବର ସୁଦ୍ଧା ରାଜସ୍ଥାନ ରୟାଲ୍ସ ପ୍ରଥମ ଓଭରରେ ୧୨ରନ୍‌ ସଂଗ୍ରହ କରିଛି । ଜୋଶ ବଟଲର ୯ରନ୍‌ ଓ ସ୍ମିଥ ୧ ରନ କରିଛନ୍ତି ।

Leave A Reply