Odisha news

ଫୁଲନଖରା : ଛାତ୍ର ବିଜେଡ଼ି ସଭାପତିଙ୍କୁ ସମ୍ବର୍ନ୍ଧନା

0

ଫୁଲନଖରା : ବିଜୁ ଯୁବ ଛାତ୍ର ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବାରଙ୍ଗ ବ୍ଲକ ବିଜୁ ଯୁବ ବାହିନୀ ପକ୍ଷରୁ ସମ୍ବର୍ନ୍ଧନା ଦିଆଯାଇଛି ।

ବାରଙ୍ଗ ବିଜୁ ଯୁବ ବାହିନୀ ବ୍ଲକ ପର୍ଯ୍ୟବେକ୍ଷକ ଶଶିଭୂଷଣ ଦାଶଙ୍କ ନେତୃତ୍ୱରେ ଯୁବ ବାହିନୀ କର୍ମୀମାନେ ନୂତନ ସଭାପତି ଶ୍ରୀ ତ୍ରିପାଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ନ୍ଧିତ କରିଥିଲେ ।

ଏଥିରେ ବାରଙ୍ଗ ବ୍ଲକ ବିଜେଡ଼ି ସାଧାରଣ ସମ୍ପାଦକ ଅଶୋକ ରଥ, ଦିବ୍ୟକାନ୍ତ ବାରିକ, ସଞ୍ଜୟ ସାହୁ, ଅଶ୍ୱିନୀ ରଥ, ଅଜିତ ଦାସ, ଗୌରବ ମହାନ୍ତି, ରାଜକିଶୋର ନାଥ, ରାକେଶ ସାହୁ, ସମିକ ପରିଜା ପ୍ରମୁଖ ସାମିଲ ଥିଲେ ।

Nalco
Leave A Reply