ବୁଗୁଡ଼ା :-୨୮/୯ ଜଣେ ଯୁବତୀଙ୍କୁ ବାହା ହେବା ପ୍ରଲୋଭନ ଦେଖାଇ ଶାରୀରିକ ନିର୍ଯ୍ୟାତନା ଦେବା ପରେ ଏବେ ଥାନାରେ ଗୁହାରି ଜଣାଇଛନ୍ତି ଯୁବତୀ। ଗତ ୨୦୧୮ ସେପ୍ଟମ୍ବର ମାସରେ ମୋଟାବାଡ଼ିର ଜଣେ ଯୁବତୀ ଘରୁ ହଠାତ୍ ନିଖୋଜ ହୋଇଥିବା ନେଇ ବୁଗୁଡ଼ା ଥାନାରେ ରିପୋର୍ଟ କରିଥିଲେ ତାଙ୍କ ମା। ପୋଲିସ୍ ବହୁଦିନ ଖୋଜିବା ପରେ ମଧ୍ଯ ଯୁବତୀଙ୍କ ପତା ମିଳିନଥିଲା। ଯୁବତୀ ଜଣକ ଘରୁ ନିଖୋଜ ହେବା ବେଳେ ନାବାଳିକା ଥିଲେ କିନ୍ତୁ ଏବେ ସେ ସାବାଳିକା ହୋଇଯାଇଥିବା ଏତଲାରେ ଉଲ୍ଲେଖ ଅଛି। ଘରେ କେହି ନଥିବା ବେଳେ ନାବାଳିକାଙ୍କ ଘରକୁ ଆସି ଗ୍ରାମର କେଶବ ସେଠୀ ଘରେ ପଶି ବଳ ପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲେ।
ଲାଜ ଓ ଭୟରେ ନାବାଳିକା ଜଣକ ଘରେ କହି ପାରୁନଥିଲେ। ଏମିତି କିଛି ଦିନ ଚାଲିବା ପରେ କେଶବ ଉକ୍ତ ନାବାଳିକାଙ୍କୁ ନେଇ ଭୁବନେଶ୍ବର ପଳାଇଯାଇଥିଲା। ସେ ନେଇ ପଳାଇବା ଖବର ଜାଣିନପାରି ନାବାଳିକାଙ୍କ ମା ବୁଗୁଡ଼ା ଥାନାରେ ରିପୋର୍ଟ କରିଥିଲେ ।କେଶବ ଭୁବନେଶ୍ବରରେ ଏକ ମନ୍ଦିରରେ ଫୁଲମାଳ ବିନିମୟ କରି ନାବାଳିକାଙ୍କୁ ବାହା ବି ହୋଇଗଲେ ଓ ଭୁବନେଶ୍ଵର ରୁ ଉଭୟେ ସୁରାଟ ଚାଲିଯାଇଥିଲେ। ସୁରାଟରେ କେଶବଙ୍କ ବାପା ଓ ଭାଇ ମଧ୍ଯ କାମ କରୁଥିଲେ ସେଠାରେ ବର୍ଷେ ରହିବା ସହ ଉଭୟେ ପତି ପତ୍ନୀ ଭଳି ଚଳୁଥିଲେ। ବର୍ଷେ ପରେ ନାବାଳିକା ଜଣକ ସାବାଳିକା ହୋଇଯାଇଥିଲେ। କିନ୍ତୁ ବାପା ଓ ଭାଇଙ୍କ ପ୍ରରୋଚନାରେ କେଶବ ଉକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ମଧ୍ଯ ମାନସିକ ଓ ଶାରୀରିକ ଅତ୍ୟାଚାର ଅତ୍ୟାଚାର ଆରମ୍ଭ କରି ଦେଇଥିଲେ।
ଏଭଳି ସ୍ଥିତିରେ ଯୁବତୀଙ୍କୁ ଧରି ଆନ୍ଧ୍ରପ୍ରଦେଶ ର ନେଲୁରକୁ କେଶବ ଆସି ଏକ ଚିଙ୍ଗୁଡ଼ି କମ୍ପାନୀ ରେ କାମ କଲେ। ନେଲୁରରେ ଦେଢ ବର୍ଷ ରହିବା ଭିତରେ କେଶବ ଶାରୀରିକ ସଂପର୍କ ରଖି ନିର୍ଯ୍ୟତନା ମଧ୍ଯ ଦେଉଥିଲେ। ଦେଢ ବର୍ଷ ପରେ ହଠାତ୍ ଯୁବତୀ ଙ୍କୁ ଲୁଚି କେଶବ ନିଜ ଗାଁ କୁ ଆସି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଦେଲେ।
ଯୁବତୀ ଜଣକ ନେଲୁରରେ ଏକଲିରାଜ୍ନି ମଜୁରୀ ଖଟି କିଛି ଟଙ୍କା ଯୋଗାଡ଼ କରି କୌଣସି ମତେ ଆସି ଗତ ୨୦ ତାରିଖରେ ଗାଁ ରେ ପହଞ୍ଚି ଜାଣିଲେ ଯେ କେଶବ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହୋଇ ଘରେ ରହୁଛନ୍ତି। ପୀଡିତା ଯୁବତୀ ନିଜ ମା ଓ ଭାଇଙ୍କୁ ଧରି କେଶବଙ୍କ ଘରକୁ ନ୍ୟାୟ ପାଇବା ପାଇଁ ଯାଇଥିବା ବେଳେ କେଶବ ତାଙ୍କ ବାପା ପ୍ରେମା ସେଠୀ, ମାଆ ସରସ୍ଵତୀ ରାଜୀବ ଓ କୃଷ୍ଣ ମିଶି ଠେଙ୍ଗାରେ ପିଟାପିଟି କରି ତଡ଼ିଦେଲେ। ଏହାପରେ ପୀଡିତା ନିଜ କୂଳ ସଭାରେ ଜଣାଇଲେ ମଧ୍ଯ ନ୍ୟାୟ ପାଇନପାରି ଏବେ ପୋଲିସ ଥାନାରେ ଜ୍ଵାରସ୍ଥ ହୋଇଛନ୍ତି। ବୁଗୁଡ଼ା ଆଇ ଆଇ ସି ଚିତ୍ତରଞ୍ଜନ ବେହେରା କହିଛନ୍ତି ଯେ ପୀଡିତା ନାବାଳିକା ଥିବା ବେଳେ ତାଙ୍କ ମାଆ ଦେଇଥିବା ରିପୋର୍ଟ କୁ ଆଧାର କରି କେଶ୍ ନଂ ୨୧୪ /୧୮ ରେ ରୁଜୁ ହୋଇଥିବା ମାମଲାର ଏବେ ମୋଡ଼ ପରିବର୍ତ୍ତନ ହେବ। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଯାଇଛି ଓ ତାଙ୍କର ଧାରା ୧୬୪ ରେ ବକ୍ତବ୍ୟ ରେକର୍ଡ କରାଯିବ। ଅଭିଯୁକ୍ତ ମାନେ ଫେରାର୍ ଥିବାରୁ ତାଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ପଦକ୍ଷେପ ନିଆଯାଉଛି।
